ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ଦେହ ଓ ମନ ଭଲ ନ ରହିଲେ, ମଣିଷ ଠିକ୍ ଭାବରେ ଜୀବନ ଧାରଣ କରିପାରିବ ନାହିଁ। ସ୍ବାସ୍ଥ୍ୟ ମଣିଷର ମୌଳିକ ଆବଶ୍ୟକତା ଓ ଅଧିକାର ମଧ୍ୟ। ଶାରୀରିକ, ମାନସିକ ଓ ସାମାଜିକସ୍ତରରେ ଜଣେ ସୁସ୍ଥ ରହିବା ନିହାତି ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତରଫରୁ ପ୍ରତିବର୍ଷ ଏପ୍ରିଲ୍ ୭ ତାରିଖକୁ ବିଶ୍ବ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି। ପ୍ରକୃତରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ୭ ଏପ୍ରିଲ ୧୯୪୮ରେ ପ୍ରତିଷ୍ଠିତ ହୋଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା ସହିତ, ବିଶ୍ୱ ସ୍ୱାସ୍ଥ୍ୟ ଦିବସର ମୂଳଦୁଆ ମଧ୍ୟ ସ୍ଥାପିତ ହୋଇଥିଲା। ତଥାପି, ଏହା ପ୍ରଥମେ ୧୯୫୦ ମସିହାରେ ପାଳନ କରାଯାଇଥିଲା ଏବଂ ସେବେଠାରୁ ପ୍ରତିବର୍ଷ ୭ ଏପ୍ରିଲରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଏ। ପ୍ରତିବର୍ଷ ଏଥିପାଇଁ ଭିନ୍ନ ଭିନ୍ନ ବିଷୟବସ୍ତୁ ସ୍ଥିର କରାଯାଏ।ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସ୍ୱାସ୍ଥ୍ୟ ବିଷୟରେ ସଚେତନ କରିବା, ସ୍ୱାସ୍ଥ୍ୟ ସେବାର ଉପଲବ୍ଧତାରେ ଉନ୍ନତି ଆଣିବା ଏବଂ ବିଶ୍ୱ ସ୍ୱାସ୍ଥ୍ୟ ଚ୍ୟାଲେଞ୍ଜ ପ୍ରତି ଧ୍ୟାନ ଆକର୍ଷଣ କରିବା। ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ମାଧ୍ୟମରେ, WHO ସରକାର, ସଂଗଠନ ଏବଂ ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଲୋଚନା କରିବାକୁ ଏବଂ ଏହି ସମସ୍ୟାଗୁଡ଼ିକର ସମାଧାନ ଖୋଜିବାକୁ ପ୍ରେରଣା ଦିଏ।

ଅଧିକ ପଢନ୍ତୁ