ବିଧାନସଭା ଆରମ୍ଭରୁ ଆଜି ବି ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ହୋହଲ୍ଲା ଓ ନାରାବାଜି । ପ୍ଲାକାର୍ଡ, ପୋଷ୍ଟର ଧରି ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ । ଗୃହକୁ ୪ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି । ସୂଚନାମୁତାବକ ଆଜି ବି ଚାଲିପାରିଲାନି ଗୃହ, ୪ଟା ଯାଏଁ ମୁଲତବୀ ଘୋଷଣା । ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ୧୦ ମିନିଟ୍ ବି ଚାଲିଲାନି ଗୃହ କାର୍ଯ୍ୟ । ବିଜେପି – ବିଜେଡି ଭାଇଭାଇ କହି କଂଗ୍ରେସ ଗୃହରେ ପ୍ରତିବାଦ କରିଛି । ପୋଷ୍ଟର ଦେଖାଇ କଂଗ୍ରେସ ବିଧାୟକ ପ୍ରତିବାଦ କରିଛନ୍ତି । ସାର ସଙ୍କଟ ପ୍ରସଙ୍ଗ, ପଞ୍ଚାୟତ ପ୍ରତିନିଧି ପ୍ରସଙ୍ଗରେ ବିଜେଡି ବିଧାୟକମାନେ ନାରାବାଜି କରିବା ସହ ପ୍ଲା କାର୍ଡ ଧରି ବିଶୃଙ୍ଖଳା ସୃଷ୍ଟି କରିଥିଲେ । ବିଶୃଙ୍ଖଳା ଯୋଗୁଁ ଗୃହ ସ୍ୱାଭାବିକ ଭାବେ ଚାଲିପାରିନଥିଲା । ଫଳରେ ବାଚସ୍ପତି ସୁରମା ପାଢୀ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି । ତଥ୍ୟ ଅନୁସାରେ, ଚଳିତ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ମାତ୍ର ୮ମିନିଟ୍ ଚାଲିଥିଲା, ତୃତୀୟ ଦିନରେ ମାତ୍ର ୧୫ମିନିଟ୍ ଚାଲିଥିଲା ।
