ଆଜି ବି ରାଜ୍ୟରେ ୩୧ ହଜାରରୁ ଅଧିକ ଅଙ୍ଗନବାଡି ଅନ୍ଧାରରେ ରହିଛି ।

ରାଜ୍ୟର ୨୧ ହଜାର ୪୮୬ ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ । ୩୧ ହଜାର ୪୫୬ ଅଙ୍ଗନବାଡ଼ି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ନାହିଁ । ସେହିପରି ୪୭ ହଜାର ୭୩୭ ଅଙ୍ଗନବାଡ଼ି କେନ୍ଦ୍ରରେ ନାହିଁ ପାଚେରୀ । ଏନେଇ ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା ।୪୭ ହଜାର ୭୩୭ ଅଙ୍ଗନବାଡ଼ି କେନ୍ଦ୍ରରେ ପାଚେରି ନାହିଁ ବୋଲି ଲିଖିତ ଉତ୍ତର ରଖିଛନ୍ତି ।

ତେବେ ଏବେ ବିଧାନସଭାର ବଜେଟ ଅଧିବେଶନ ଚାଲିଥିବା ବେଳେ ଆଜି ତୃତୀୟ ଦିନରେ ଆରମ୍ଭରୁ ଗୃହ ଚାଲିପାରିନଥିଲା । ଦିନ ୧୨ ଯାଏଁ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି ସୁରମା ପାଢୀ ।ଅଙ୍ଗନବାଡି କେନ୍ଦ୍ରର ଭିତ୍ତିଭୂମି ବିକାଶ ନେଇ ପ୍ରଶ୍ନ କରିଥିଲେ ବିଧାୟକ ଅରବିନ୍ଦ ମହାପାତ୍ର । ଭିତ୍ତିଭୂମିର ବିକାଶ ନେଇ ସରକାର କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଜାଣିବାକୁ ଚାହିଁଥିଲେ ଅରବିନ୍ଦ ମହାପାତ୍ର । ବିଧାୟକଙ୍କ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଅଧିକ ପଢନ୍ତୁ