ଆଜି ଭୋଟ୍ ଗଣତି: ନୂଆ ବିଧାୟକ ପାଇବେ ନୂଆପଡ଼ାବାସୀ

ଆଜି ନୂଆପଡା ଉପନିର୍ବାଚନ ଫଳ । ସକାଳୁ ଷ୍ଟ୍ରଙ୍ଗରୁମରେ ଖୋଲାହୋଇଛି ପୋଷ୍ଟାଲ୍‌ ବାଲାଟ୍ । ଆରମ୍ଭ ହୋଇ ଗଲାଣି କାଉଣ୍ଟ ଡାଉନ୍ । ସକାଳ ୮ଟାରୁ ଗଣତି ଆରମ୍ଭ । ୧୪ଟି ଟେବୁଲରେ ୨୬ ରାଉଣ୍ଡ ଗଣତି ପରେ ଜଣାପଡିବ ରାଜନୈତିକ ଜିତ୍ କାହାର ।ପ୍ରଥମେ ପୋଷ୍ଟାଲ୍‌ ବାଲାଟ୍, ପରେ ଇଭିଏମ୍‌ ଗଣତି ହେବ । ପ୍ରତି ରାଉଣ୍ଡରେ ରେଜଲ୍ଟ ଘୋଷଣା କରାଯିବ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଭୋଟ୍ ଗଣତି ହେବ । ଗଣତି ପୂର୍ବରୁ ଆଜି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ବରିଷ୍ଠ ଅଧିକାରୀ । ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମ ଓ ଭିଭିପାଟ୍ ମେସିନର ନିରୀକ୍ଷଣ କରାଯାଇଛି ।

ଅଧିକ ପଢନ୍ତୁ

Odisha Darpan Digital