ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଆଜି ବି ରେଡ୍ । ଦ୍ବିତୀୟ ଦିନରେ ପ୍ରମିଳାଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ରେଡ୍ । ୨୩୧ କୋଟି ଠକେଇ ଅଭିଯୋଗରେ ଚାଲିଛି ଇଡିର ରେଡ୍ । ଏନଜିଓ ‘ବିଶ୍ବ’ ଅଫିସ ସମ୍ପାଦକଙ୍କ ଘର ସମେତ ମୋଦିପଡ଼ା, ଧନୁପାଲି ଅଞ୍ଚଳରେ ରେଡ୍ ଜାରି ରହିଛି। ‘ବିଶ୍ବ’ ଏନଜିଓର ପ୍ରତିଷ୍ଠାତା ହେଉଛନ୍ତି କ୍ଷୀରୋଦ ମଲ୍ଲିକ।ସୂଚନା ଅନୁସାରେ, ଗତକାଲି ପ୍ରମିଳାଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ରେଡ୍ କରିଥିଲା ଇଡି । ୨୩୧ କୋଟି ଠକେଇ ଅଭିଯୋଗରେ ରେଡ୍ ଜାରି ରଖିଛି ଇଡି । ସମ୍ବଲପୁରର ୩ଟି ଓ ଦିଲ୍ଲୀର ଗୋଟିଏ ସ୍ଥାନରେ ଚାଲିଥିଲା ରେଡ଼ । ଏକାଧିକ ବ୍ୟାଙ୍କରୁ କ୍ଷୀରୋଦ ଟଙ୍କା ନେଇଥିବା ନେଇ ଅଭିଯୋଗ ହୋଇଛି । ଉକ୍ତ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।