ଆଜି ମିଳିବ ‘ସୁଭଦ୍ରା’ ଟଙ୍କା ।

ଆଜି ମିଳିବ ‘ସୁଭଦ୍ରା’ ଟଙ୍କା । ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆଜି ଜୟପୁରରୁ ଆରମ୍ଭ ହେବ ସୁଭଦ୍ରାର ତୃତୀୟ କିସ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଜି ଜୟପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଆଜି ୧୧ଟାବେଳେ ବାଙ୍କବିଜା ପଡ଼ିଆରେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ସୁଭଦ୍ରା ଟଙ୍କାର ତୃତୀୟ କିସ୍ତି ବାଣ୍ଟିବେ ।

ସେଠାରୁ କୋରାପୁଟ ସର୍ମିଟ୍ ହାଉସ୍ ଅଭିମୁଖେ ଯାତ୍ରା କରିବେ । ବାଙ୍କବିଜା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେବ, ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସାଂସଦ ଓ ବିଧାୟକ ସାମିଲ ହେବବେ ।

ଅଧିକ ପଢନ୍ତୁ