ଆଜି ମିଳିବ ସୁଭଦ୍ରା ଟଙ୍କା। ପଞ୍ଚାୟତିରାଜ ଦିବସରେ ପୁରୀଠାରେ ସୁଭଦ୍ରା ଟଙ୍କା ଦେବେ ସରକାର। ସୁଭଦ୍ରା ଯୋଜନାକୁ ନେଇ ପ୍ରଭାତୀ ପରିଡ଼ାଙ୍କ ଏହି ଘୋଷଣା କରିଛନ୍ତି। ୧ ଲକ୍ଷ ୭୦ ହଜାର ମହିଳା ପାଇବେ ସୁଭଦ୍ରା ଟଙ୍କା। ଏକାସାଙ୍ଗରେ ଦୁଇଟି କିସ୍ତିର ଟଙ୍କା ମିଳିବ।ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏପ୍ରିଲ ୨୪ ତାରିଖରେ ମିଳିବ ସୁଭଦ୍ରା ଟଙ୍କା। ତେବେ ଜାତୀୟ ପଞ୍ଚାୟତିରାଜ ଦିବସରେ ପୁରୀରେ ଏକ ସ୍ବତନ୍ତ୍ର ସଭାର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାସନ କାର୍ଡ ଓ ସୁଭଦ୍ରା ସହାୟତା ବଣ୍ଟନ କରିବେ। ରାସନକାର୍ଡ ପାଇଁ ଦୀର୍ଘଦିନ ଧରି ଅପେକ୍ଷା କରିଥିବା ଆବେଦନକାରୀଙ୍କ ମଧ୍ୟରୁ ୫ଲକ୍ଷ ୯୦ ହଜାର ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଆଜି ପଞ୍ଚାୟତିରାଜ ଦିବସରୁ ନୂଆ ରଙ୍ଗୀନ କାର୍ଡ ବଣ୍ଟନ କରାଯିବ। ଏଥିପାଇଁ ବ୍ଳକ ଓ ପୌରାଞ୍ଚଳରେ ସ୍ବତନ୍ତ୍ର ଉତ୍ସବ ଆୟୋଜନ କରାଯିବ।
