ଆଜି ରଥଯାତ୍ରା ପାଇଁ ଆରମ୍ଭ ହେବ ରଥ ନିର୍ମାଣ

ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ସହ ଚନ୍ଦନ ଯାତ୍ରା ଆରମ୍ଭ ହେବ। ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀ ସଜେଇ ହୋଇଥିବା ବେଳେ ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷା କରିଛନ୍ତି ଚାପ ଡଙ୍ଗା ନନ୍ଦା ଓ ଭଦ୍ରା। ୨୯୮ ଖଣ୍ଡ କାଠ ରଥଖଳାରେ ଆସି ପହଞ୍ଚିସାରିଛି । ଖରାକୁ ନଜରରେ ରଖି ରଥ ଚାଳି ରେ ପାଣି ବ୍ୟବସ୍ଥା କରାଯିବା ସହ ସେବକଙ୍କ ପାଇଁ ପ୍ରତିବର୍ଷ ଭଳି ଖାଦ୍ୟ ବ୍ୟବସ୍ଥା କରାଯାଇଛି । ସେପଟେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାଇଁ ପୁରୀ ପୋଲିସର ବ୍ୟାପକ ପ୍ରସ୍ତୁତି । ସୁରକ୍ଷା ଦାୟିତ୍ବରେ ରହିବ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଗତ ବର୍ଷ ହୋଇଥିବା ବାଣ ବିସ୍ଫୋରଣ ଭଳି ଅଘଟଣ ଏଡାଇବା ପାଇଁ ବାଣ ଫୁଟାଇବା ପୂରା ବାରଣ କରାଯାଇଛି ।

ଅଧିକ ପଢନ୍ତୁ

Odisha Darpan Digital