ଆଜି ବର୍ଷର ଶେଷଦିନ । ଆଉ କେଇ ଘଣ୍ଟାପରେ ୨୦୨୪କୁ ବିଦାୟ ଦେଇ ପାଦ ଥାପିବ ୨୦୨୫ । ଆଜି ରାତି ୧୨ରେ ହେବ ଜିରୋ ନାଇଟ୍ ସେଲିବ୍ରେସନ୍ । ଜିରୋ ଆଓ୍ବାରରେ ସମୟରେ ମନମାନି କଲେ କଡା କାର୍ଯ୍ୟନୁଷ୍ଠାନ । ମଦ୍ୟପାନ କରି ଗାଡି ଚଳାଇଲେ ରଦ୍ଦ ହେବ ଲାଇସେନ୍ସ । ଏପରି କି ମୋଟା ଅଙ୍କର ଟଙ୍କା ବି ଗଣିବାକୁ ପଡିବ । ନିୟମ ଉଲଘଂନ କରି ଦ୍ରୁତଗତି ଏବଂ ବେପୁରୁଆ ଭାବେ ଗାଡି ଚାଳନା କରୁଥିବା ଚାଳକକୁ ସାବାଡ କରିବା ପାଇଁ ଏଭଳି କିଛି ନିୟମ ଲାଗୁ କରାଯିବା ନେଇ ସୂଚନା ଦେଇଛନ୍ତି, ପରିବହନ ଆୟୁକ୍ତ ଅମିତାଭ ଠାକୁର ।
ସେହିପରି ରୋଡ୍ ରୋମିଓଙ୍କ ଉପରେ ତୀକ୍ଷଣ ନଜର ରହିବ । ସେମାନଙ୍କ ପାଇଁ ଜିରୋ ଟଲେରାନ୍ସ ନୀତି ଆପଣେଇଛି କମିଶନରେଟ ପୋଲିସ । କଟକରେ ମୁତୟନ ରହିବେ ୮ ପ୍ଲାଟୁନ୍ ଫୋର୍ସ । ରାତି ୧୨ଟା ପରେ ଜିରୋ ନାଇଟ୍ ସେଲିବ୍ରେସନରେ ମାତିଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି କଟକ ଡିସିପି ।ବିଶେଷକରି, ବଣଭୋଜି ଅଞ୍ଚଳରେ ମଦ୍ୟପାନ କରି ଯାନ ଚାଳନା ବିରୋଧରେ ଅଧିକ ଚେକିଂ ହେବ। ପର୍ଯ୍ୟଟନ ସ୍ଥଳକୁ ଆସୁଥିବା ଗାଡ଼ି ଗୁଡ଼ିକ ଯେଉଁଭଳି ସମସ୍ତ ସୁରକ୍ଷା ନିୟମର ପାଳନ କରିବେ ସେଥିପାଇଁ ମଧ୍ୟ ଏସଓପି ଜାରି କରାଯାଇଛି। ସେହିଭଳି ନାବାଳକ-ନାବାଳିକା ଗାଡ଼ି ଚାଳନା ବିରୋଧରେ ସ୍କୁଲ, କଲେଜ ନିକଟରେ ଯାଞ୍ଚ ପାଇଁ ନିଷ୍ପତ୍ତି ହୋଇଛି। ଏହାସହ ମୋଟର ଯାନ ବୀମା ସଂକ୍ରାନ୍ତୀୟ ଯାଞ୍ଚ ମଧ୍ୟ କରାଯିବ।