ଆଜି ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ୫ ମିନିଟ ସମୟ ମାଗିଛି ବିଜେଡି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ନୂଆଦିଲ୍ଲୀରୁ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିବେ। ସୋମବାର ସନ୍ଧ୍ୟାରେ ରାଷ୍ଟ୍ରପତି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ) ଭୁବନେଶ୍ୱରର ୫ମ ସମାବର୍ତ୍ତନ ସମାରୋହରେ ଯୋଗଦେବେ।ଆଜି ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ୫ ମିନିଟ ସମୟ ମାଗିଛି ବିଜେଡି ।  ଏଫଏମ କଲେଜ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ ଘଟଣାରେ ଫେରାଦ ହେବ ବିଜେଡି ।  ରାଜ୍ୟରେ ଚାଲିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବାକୁ ନିବେଦନ କରିଛି ଦଳ ।

ଓଡ଼ିଶାରେ ମହିଳା ସୁରକ୍ଷିତ ନୁହନ୍ତି ।  ଏବେ ନିଜେ ରାଷ୍ଟ୍ରପତି ଭରଷା ଦେବା ପାଇଁ ଆଶା କରିଛୁ ବୋଲି ବିଜେଡି କହିଛି ।

ଅଧିକ ପଢନ୍ତୁ