ଆଜି ଶ୍ରୀମନ୍ଦିରରେ ପାଳନ ହେବ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ

ଆଜି ପବିତ୍ର ଜନ୍ମାଷ୍ଟମୀ । ସାରା ଜଗତର ଭଗବାନ ଆଦି କର୍ତ୍ତାଙ୍କର ଜନ୍ମ ଦିନ। ତେବେ ଆଜି ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯିବ । ବଡ଼ ଦେଉଳର ପରମ୍ପରା ଅନୁସାରେ ନୀତିକ୍ରାନ୍ତି ହେବ । ଏହି କାରଣ ପାଇଂ ଆଜି 5 ଘଣ୍ଟା ମହାପ୍ରଭୁଙ୍କର ଦର୍ଶନ ବନ୍ଦ ରହିବ ।ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସନ୍ଧ୍ୟା 7ଟାରୁ ରାତି 12ଟା ପର୍ଯ୍ୟନ୍ତ ଠାକୁରଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ ।

ଅଧିକ ପଢନ୍ତୁ