ଆଜି ଶ୍ରୀମନ୍ଦିରରେ ବସିବ ଛତିଶା ନିଯୋଗ ବୈଠକ।

ଆଜି ଶ୍ରୀମନ୍ଦିରରେ ବସିବ ଛତିଶା ନିଯୋଗ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ।‌ କାର୍ତ୍ତିକ ମାସର ନୀତି ନିର୍ଘଣ୍ଟକୁ ଆଜି ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯିବ। ଏଥିସହ ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ ଏବଂ ସେହି ସମୟରେ ମହାପ୍ରଭୁଙ୍କ ଠାରେ ସ୍ବତନ୍ତ୍ର ବାଳଭୋଗ ନୀତି କିଭଳି ସମୟାନୁସାରେ କରାଯିବ ସେନେଇ ବିସ୍ତୃତ ଆଲୋଚନା ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟା ୩୦ରେ ବୈଠକ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସହ ଛତିଶା ନିଯୋଗ ନାୟକ ଓ ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକମାନେ ଯୋଗଦେବେ।ବିଶେଷକରି ନାଟମଣ୍ଡପ ପରିସରରେ ଥିବା ସମସ୍ତ ଆଲମିରାକୁ କିଭଳି କଢାଯିବ ଏବଂ କେଉଁ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ତା’ଉପରେ ମଧ୍ୟ ବିଶେଷ ଆଲୋଚନା କରାଯିବ।

ଅଧିକ ପଢନ୍ତୁ