ଓଡିଶାର ଗଣ ପର୍ବ ରଜ । ପ୍ରତିବର୍ଷ ଓଡ଼ିଶାର ଘରେଘରେ ପାଳନ ହୁଏ ରଜ । ଦୋଳି ଲାଗେ, ଘରେ ପିଠା ପଣା ହୁଏ । ଝିଅ ମାନେ ନୂଆ ପୋଷାକ ପିନ୍ଧିଥାନ୍ତି । ଆଉ ବେଶ ଆନନ୍ଦ ଉଲ୍ଲାସର ସହ ରଜ ପର୍ବକୁ ପାଳନ କରାଯାଇଥାଏ । ତେବେ ରାତି ପାହିଲେ ରଜ । ଆଜି ହେଉଛି ସଜବାଜ । ପହିଲି ରଜର ପହିଲି ସ୍ପର୍ଶରେ ପୁଲକ୍କିତ ହୋଇଉଠିବ ଧରା । ରଜକୁ ନେଇ ଉତ୍ସବମୁଖର ପୁରପଲ୍ଲୀ । ସଜେଇ ହେଲେଣି କୁଆଁରୀ । କୁଙ୍କୁମ, ଅଳତା, ମେହେନ୍ଦୀ, ଲିପଷ୍ଟିକ ସାଙ୍ଗକୁ ମଥାରେ ଚିତା ଲଗାଇ ହେଲେଣି ସଜବାଜ ।ରଜ ସଜବାଜରୁ ହିଁ ଗାଁରେ ତାସ ଖେଳର ଆସର ଜମିଲାଣି । ଗାଁରେ ତିନି ଦନି ଧରି ଧୁମଧାମରେ ଚାଲିବ ରଜ ମହୋତ୍ସବ । ପୋଡ ପିଠା ସହ ରଜ ପାନ ଖାଇ ଦୋଳି ଖେଳିବେ କୁଆଁରୀ।ଜ୍ୟେଷ୍ଠ ମାସ ଶେଷ ଓ ଆଷାଢ଼ର ପହିଲି ପୁଲକରେ ଆସେ ରଜ ପର୍ବ ।
