ଆଜି ସନ୍ଧ୍ୟାରେ ଆକାଶର ଶୋଭା ବଢ଼ାଇବ ବର୍ଷର ଶେଷ କୋଲ୍ଡ ସୁପର୍‌ମୁନ୍‌

ଆଜି ସନ୍ଧ୍ୟାରେ ଆକାଶର ଶୋଭା ବଢ଼ାଇବ ବର୍ଷର ଶେଷ କୋଲ୍ଡ ସୁପର୍‌ମୁନ୍‌ । ଏହା ବର୍ଷର ସର୍ବୋଚ୍ଚ ଚନ୍ଦ୍ର ହେବ, ଯାହାକୁ କୋଲ୍ଡ ସୁପର୍ମୁନ୍ କୁହାଯାଉଛି । ଏହା ସାଧାରଣ ଚନ୍ଦ୍ରଠୁ ୧୦ ପ୍ରତିଶତ ବଡ଼ ଦିଶିବ । ଆଜି ସୂର୍ଯ୍ୟାସ୍ତ ପରେ କୋଲ୍ଡ ସୁପର୍‌ମୁନ୍‌ ଦେଖାଯିବ । ଭାରତରେ ରାତି ପ୍ରାୟ ୭ଟାରେ ଆକାଶରେ ବଡ଼ ନାରଙ୍ଗୀ ରଙ୍ଗର ଚନ୍ଦ୍ର ଦୃଶ୍ୟମାନ ହେବ ।ଚନ୍ଦ୍ର ପୃଥିବୀର ସବୁଠୁ ନିକଟତର ହେଲେ, ପୂର୍ଣ୍ଣିମା ଆସେ । ଏହାକୁ ସୁପର୍ମୁନ୍ କୁହାଯାଏ । ଏଥର ଚନ୍ଦ୍ର ପୃଥିବୀଠୁ ମାତ୍ର ୩,୫୭,୦୦୦ କିମି ଦୂରରେ ରହିବ, ସେଥିପାଇଁ ୧୦ ପ୍ରତିଶତ ବଡ଼ ଓ ୩୦ ପ୍ରତିଶତ ଅଧିକ ଉଜ୍ଜ୍ୱଳ ଦିଶିବ । ୨୦୨୫ର ଏହା ୪ର୍ଥ ସୁପର୍ମୁନ୍ ଏବଂ ନଭେମ୍ବର ପରେ ୨ୟ ସର୍ବବୃହତ ଚନ୍ଦ୍ର । ଆସନ୍ତା ବର୍ଷ ଜାନୁଆରୀ ୩ରେ ଉଲ୍‌ଫ ମୁନ୍ ଦୃଶ୍ୟମାନ ହେବ, ଯାହା ୨୦୨୫-୨୬ର ସୁପର୍‌ମୁନ୍‌ ସିରିଜ୍‌ର ଶେଷ ଚନ୍ଦ୍ର ହେବ ।

ଅଧିକ ପଢନ୍ତୁ