ଆଜି ସନ୍ଧ୍ୟାରେ ପ୍ରକାଶ ପାଇବ OJEE-୨୦୨୫ ରେଜଲ୍ଟ।

ମଙ୍ଗଳବାର ପ୍ରକାଶ ପାଇବ OJEE-୨୦୨୫ ରେଜଲ୍ଟ। ସନ୍ଧ୍ୟା ୫ରୁ ୬ ମଧ୍ୟରେ ଆସିବ ରେଜଲ୍ଟ। ଶିଳ୍ପମନ୍ତ୍ରୀ ଆନୁଷ୍ଠାନିକ ଭାବେ OJEE-୨୦୨୫ ରେଜଲ୍ଟ ଘୋଷଣା କରିବେ। ojee.nic.in ୱେବ୍‌ସାଇଟ୍‌ରେ ଛାତ୍ରୀଛାତ୍ର ନିଜ ର଼୍ୟାଙ୍କ୍‌ କାର୍ଡ ପାଇପାରିବେ। ସୂଚନାନୁଯାୟୀ, ପ୍ରାୟ ୧ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏହି ରେଜଲ୍ଟ ଆନୁଷ୍ଠାନିକ ଭାବେ ଘୋଷଣା କରିବେ ଶିଳ୍ପମନ୍ତ୍ରୀ। ମେ’ ୨ , ୨୦୨୫ ରେ ଓଜେଇଇ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ।

୩ଟି ପର୍ଯ୍ୟାୟରେ ହୋଇଥିଲା ଏହି ପରୀକ୍ଷା । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ୮ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା। ୨ୟ ପର୍ଯ୍ୟାୟ ପରୀକ୍ଷା ଦିନ ୧୨ଟା ୩୦ରୁ ୨ଟା ୩୦ ଯାଏ ଓ ୩ୟ ପର୍ଯ୍ୟାୟ ପରୀକ୍ଷା ୪ଟା ୩୦ରୁ ୬ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା।

ଅଧିକ ପଢନ୍ତୁ

kc ads