ଆଜି ସମ୍ବଲପୁରୀ ଦିବସ । ଉତ୍ସବମୁଖର ପଶ୍ଚିମ ଓଡ଼ିଶା

ଆଜି ସମ୍ବଲପୁରୀ ଦିବସ । ଉତ୍ସବମୁଖର ପଶ୍ଚିମ ଓଡ଼ିଶା । ନୂଆ ପୋଷାକ ପିନ୍ଧି , ନାଚି ଗାଇ ଉତ୍ସବ ପାଳନ କରୁଛନ୍ତି ପଶ୍ଚିମ ଓଡିଶାବାସୀ । ଭାଷା ସାହିତ୍ୟର ପୁରୋଧା ସତ୍ୟାନାରାୟଣ ବୋହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବରେ ପ୍ରତିବର୍ଷ ପାଳନ କରୁଛନ୍ତି, ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାବାସୀ । ଦୀର୍ଘବର୍ଷ ଧରି ବିଭିନ୍ନ ସଂଗଠନ ଏହାକୁ ବିଭିନ୍ନ ଜିଲ୍ଲାରେ ପାଳନ କରିଆସୁଛନ୍ତି । ସମ୍ବଲପୁରୀ ଭାଷାର ସଂସ୍କୃତିର ପ୍ରଚାର ହିଁ ଏହି ଦିବସର ଏକମାତ୍ର ଲକ୍ଷ୍ୟ । ଅନ୍ୟପଟେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରୀ ସାହିତ୍ୟ ସାଧକ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ପବିତ୍ର ଜନ୍ମଦିନ ଅବସରରେ ପାଳିତ ହେଉଥିବା “ସମ୍ବଲପୁରୀ ଦିନ୍”ର ଶୁଭେଚ୍ଛା ଜଣାଇଛନ୍ତି ।କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଆଜିର ସମୟ ହେଉଛି ଆମର ଭାଷା, ସାହିତ୍ୟ, ସଂସ୍କୃତିକୁ ବିଶ୍ୱ ଦରବାରରେ ଉଜାଗର କରିବା । ସମ୍ବଲପୁର ଅଞ୍ଚଳର ବିଚାର ଓ ସଂସ୍କୃତିକୁ ଆଧାର କରି ଭାଇଚାରା ବଢାଇବା । ଆଜିର ସମୟ ହେଉଛି, ଟେକ୍ନୋଲୋଜିର ସମୟ । ଆମର ଉନ୍ନତ ଭାଷା, ସାହିତ୍ୟ, ସଂସ୍କୃତି, ନାଚ-ଗୀତ, ଖାଦ୍ୟପେୟ, ସାଂସ୍କୃତିକ ଉତ୍ସବ ଏବଂ ବାନ୍ଧକଲାର କପଡ଼ା ସହ ଟେକ୍ନୋଲୋଜିକୁ ଯୋଡିବା । ଏହି କାମର ଦାୟିତ୍ୱ ଯୁବପିଢିମାନଙ୍କୁ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କର ଜନ୍ମଦିନରେ “ସମ୍ବଲପୁରୀ ଦିନ୍” ଭାବରେ ପାଳନ କରିବା ଦିଗରେ ‘ପଶ୍ଚିମାଞ୍ଚଳ ଏକତା ମଞ୍ଚ’ର ସମର୍ପିତ ଉଦ୍ୟମ ଆଉ ଲୋକମାନଙ୍କର ସହଯୋଗ ବହୁତ ପ୍ରଶଂସନୀୟ ।

ଅଧିକ ପଢନ୍ତୁ

Odisha Darpan Digital