ଆଜି ସରୁଛି ଇରାନକୁ ଟ୍ରମ୍ପଙ୍କ ଡେଡଲାଇନ । ୮ଟା ଯାଏ ଡେଡଲାଇନ୍ ଦେଇଛନ୍ତି ଟ୍ରମ୍ପ । ଇରାନ ହର୍ମୁଜ ପ୍ରଣାଳୀ ନ ଖୋଲିଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ! । କଣ୍ଟ ପୂରିବା ପରେ ଭୟଙ୍କର ଆକ୍ରମଣ କରିବ ଆମେରିକା । ଯଦି ତେହରାନ୍ ଚୁକ୍ତି ନ କରେ କିମ୍ବା ହର୍ମୁଜ୍ ପ୍ରଣାଳୀ ଖୋଲିବାକୁ ରାଜି ନ ହୁଏ ତେବେ ଆକ୍ରମଣ ଭୟଙ୍କର ହେବ ବୋଲି ଚେତାଇ ଦେଇଛନ୍ତି ଟ୍ରମ୍ପ । ବୁଧବାର ଇରାନର ଶକ୍ତି କେନ୍ଦ୍ର ଓ ବ୍ରିଜ୍ ପାଳି ବୋଲି କହିଛନ୍ତି ଟ୍ରମ୍ପ ।ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଇରାନ ବିରୋଧରେ ତାଙ୍କ ପାଖରେ ପୂର୍ବ ଧମକଠାରୁ ମଧ୍ୟ ଅଧିକ କଠୋର ବିକଳ୍ପ ଅଛି । ସେମାନଙ୍କ ପାଖରେ କୌଣସି ସେତୁ ରହିବ ନାହିଁ, କୌଣସି ବିଦ୍ୟୁତ୍ କେନ୍ଦ୍ର ରହିବ ନାହିଁ, କିଛି ବି ରହିବ ନାହିଁ । ମୁଁ ଆଉ ଅଧିକ କହିବି ନାହିଁ କାରଣ ଏହି ଦୁଇଟାଠାରୁ ମଧ୍ୟ ଅଧିକ ଖରାପ ଜିନିଷ ଅଛି ବୋଲି ଟ୍ରମ୍ପ କହିଛନ୍ତି । ଟ୍ରମ୍ପ ସ୍ୱୀକାର କରିଛନ୍ତି ଯେ, ଯୁଦ୍ଧର ସମାପ୍ତି ପାଇଁ କାର୍ଯ୍ୟରତ ଦେଶଗୁଡ଼ିକ ଏକ ୪୫ ଦିନର ଯୁଦ୍ଧବିରାମ ପ୍ରସ୍ତାବ ଦେଇଛନ୍ତି । ସେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି କିନ୍ତୁ ଏହାକୁ ଗ୍ରହଣ କରିବାକୁ ପୂର୍ଣ୍ଣ ସମ୍ମତି ଦେଇ ନାହାନ୍ତି । ଟ୍ରମ୍ପ କହିଛନ୍ତି ଯେ ଯୁଦ୍ଧବିରାମ ହେବ କି ନାହିଁ ତାହା ନିର୍ଣ୍ଣୟ କରିବାର ଅଧିକାର କେବଳ ତାଙ୍କର ଅଛି । ଯଦି ଇରାନ ଉପରେ ଆକ୍ରମଣ ବଢ଼େ ତେବେ ଅଶୋଧିତ ତୈଳ ଦର ଆହୁରି ବଢିବା ଆଶଙ୍କା ରହିଛି । ଆମେରିକା ଟାର୍ଗେଟରେ ପାୱାରପ୍ଲାଣ୍ଟ ଥିବାରୁ ଏହାର ଚାରିପଟେ ମାନବ ଶୃଙ୍ଖଳ କରିବା ପାଇଁ ଇରାନ ଅପିଲ କରିଛି । ଛାତ୍ରଛାତ୍ରୀ, କଳାକାର, ଆଥଲେଟ ଆଣବିକ ପ୍ଲାଣ୍ଟ ଚାରିପଟେ ଆଜି ମାନବ ଶୃଙ୍ଖଳ କରିବାକୁ କୁହାଯାଇଛି ।
