ଆଜି ସରୁଛି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ।

ଆଜି ସରୁଛି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ। କୋଭିଡ୍ ମହାମାରୀ ସହ ଦୀର୍ଘ ୬ ବର୍ଷ କାଳ ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି। ଉର୍ଜିତ ପଟେଲଙ୍କ ଅଚାନକ ଇସ୍ତଫା ପରେ ୨୦୧୮ ଡିସେମ୍ବର ୧୨ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ।ଆରବିଆଇରେ ଶକ୍ତିକାନ୍ତ ଦାସଙ୍କ ନିଯୁକ୍ତି ବି ବିବାଦରୁ ଅଛୁଆଁ ନଥିଲା । ତାଙ୍କ ପୂର୍ବରୁ ଉର୍ଜିତ୍ ପଟେଲ, ଆରବିଆଇ ଏବଂ ସରକାରଙ୍କ ମଧ୍ୟରେ ବଢୁଥିବା ବ୍ୟକ୍ତିଗତ କାରଣକୁ ଦର୍ଶାଇ ଇସ୍ତଫା ଦେଇଥିଲେ । ଦାସଙ୍କ ନିଯୁକ୍ତି ସମୟରେ ଅନେକ ପ୍ରଶ୍ନ ଉଠିଥିଲା । ଜଣେ ଦକ୍ଷ ପ୍ରଶାସକ, ଯାହାଙ୍କ ମୁଦ୍ରାନୀତି ଉପରେ ପୂର୍ବରୁ କୌଣସି ଅଭିଜ୍ଞତା ନାହିଁ, ସେ କେନ୍ଦ୍ରୀୟ ବ୍ୟାଙ୍କର ପରିଚାଳନାରେ ସଫଳ ହେବେ ? ତେବେ ଶକ୍ତିକାନ୍ତ ଦାସ ଆରବିଆଇର ସ୍ୱାୟତ୍ତତାକୁ ବଜାୟ ରଖି ସହଯୋଗ ଉପରେ ଜୋର ଦେଇ ସମାଲୋଚକଙ୍କ ମୁହଁ ତୁରନ୍ତ ବନ୍ଦ କରିଦେଇଥିଲେ ।

ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଗୁରୁତ୍ୱ ଦେଇ ଆରବିଆଇ ନୀତି ବିକଶିତ କଲା । ଗଭର୍ଣ୍ଣର ଭାବେ ନିଜର ପ୍ରଥମ ଭାଷଣରେ ଶକ୍ତିକାନ୍ତ ଆର୍ଥିକ ସ୍ଥିରତାକୁ ବଜାୟ ରଖିବା ପାଇଁ ନିଜର ପ୍ରତିବଦ୍ଧତାକୁ ରେଖାଙ୍କିତ କରିଥିଲେ । ତେବେ କାଲିଠାରୁ ଦାୟିତ୍ବ ସମ୍ଭାଳିବେ ନୂଆ ଗଭର୍ଣ୍ଣର ଭାବେ ସଞ୍ଜୟ ମାଲହୋତ୍ରାଙ୍କୁ ନିଯୁକ୍ତି ଦିଆଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ ବର୍ଷ ପାଇଁ ଆରବିଆଇ ଗଭର୍ଣ୍ଣର ଭାବେ ସଞ୍ଜୟ ମାଲହୋତ୍ରାଙ୍କୁ ନିଯୁକ୍ତି ମିଳିଛି । କେନ୍ଦ୍ର ରାଜସ୍ବ ମନ୍ତ୍ରାଳୟର ସଚିବ ଥିବା ସଞ୍ଜୟ ମାଲହୋତ୍ରା ଆସନ୍ତା ଡିସେମ୍ବର ୧୧ ତାରିଖରୁ ଗଭର୍ଣ୍ଣର ଭାବେ ନୂଆ ଦାୟିତ୍ବ ଗ୍ରହଣ କରିବେ।

ଅଧିକ ପଢନ୍ତୁ