ଆଜି ସାରା ଦେଶ ପାଳୁଛି ଜାତୀୟ କ୍ରୀଡ଼ା ଦିବସ

ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖକୁ ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମଦିବସକୁ ‘ଜାତୀୟ କ୍ରୀଡ଼ା ଦିବସ’ ଭାବେ ପାଳନ କରାଯାଉଛି। ଜୀବନରେ କ୍ରୀଡ଼ାର ଗୁରୁତ୍ବପୂର୍ଣ୍ଣ ଭୂମିକା ବାବଦରେ ଏହି ଦିବସ ସଚେତନ କରାଇଥାଏ। ଏହାସହ ସ୍ବାସ୍ଥ୍ୟ ସଚେତନ ଦୃଷ୍ଟିରୁ ବିଭିନ୍ନ କ୍ରୀଡ଼ାରେ ସାମିଲ ହେବା ନେଇ ଏହି ଦିବସ ଲୋକଙ୍କୁ ପ୍ରୋତ୍ସାହିତ କରିଥାଏ। ଉଲ୍ଲେଖଯୋଗ୍ୟ, ଭାରତୀୟ ହକିର କିଂବଦନ୍ତି ପୁରୁଷ ମେଜର ଧ୍ୟାନଚାନ୍ଦ ସିଂହ ୧୯୦୫ ଅଗଷ୍ଟ ୨୯ରେ ଜନ୍ମ ହୋଇଥିଲେ। ଆନ୍ତର୍ଜାତିକ ହକିରେ ସେ ବ୍ୟକ୍ତିଗତ ଭାବେ ୪୦୦ରୁ ଅଧିକ ଗୋଲ୍ ଦେଇଥିଲେ। ତାଙ୍କ ନେତୃତ୍ବରେ ଭାରତ ଦଳଗତ ଭାବେ ୧୯୨୮, ୧୯୩୨ ଓ ୧୯୩୬ରେ ଲଗାତାର ସ୍ବର୍ଣ୍ଣ ପଦକ ଜିତିଥିଲା। ଏହି ମହାନ୍‌ ବ୍ୟକ୍ତିତ୍ବଙ୍କୁ ମନେ ରଖିବା ଲାଗି ୨୦୧୨ ମସିହାରୁ ଦେଶବାସୀ ତାଙ୍କର ଜନ୍ମ ତାରିଖକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରି ଆସୁଛନ୍ତି। ଏହି ଅବସରରେ ଖେଳ ଜଗତରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଏ।

ଅଧିକ ପଢନ୍ତୁ