ଆଜି ସୁଦ୍ଧା ଡ୍ରାଇଭର ମହାସଂଘଙ୍କ ସମସ୍ୟାର ସମାଧାନ ହେବ-ମନ୍ତ୍ରୀ

ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରସଙ୍ଗରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ଆଜି ରାତି ସୁଦ୍ଧା ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଯିବ । ଡ୍ରାଇଭରମାନଙ୍କ ପ୍ରାୟ ଦାବି ରାଜ୍ୟ ସରକାର ମାନି ନେବେ । ରାଜ୍ୟରେ ପେଟ୍ରୋଲ- ଡିଜେଲ ଅଭାବ କରାଇ ଦେବୁ ନାହିଁ । କେହି ପାନିକ ହୁଅନ୍ତୁ ନାହିଁ । ଟାଙ୍କିରେ ତେଲ ମହଜୁତ ଅଛି । ଯଦି କେହି କଳାବଜାର କରେ ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ମହିଛନ୍ତି।ସୂଚନା ଅନୁସାରେ ୬ଦଫା ଦାବି ପୂରଣ ପାଇଁ ଗତ ତିନି ଦିନ ହେଲାଣି ରାଜ୍ୟବ୍ୟାପି ଡ୍ରାଇଭର ମହାସଂଘ ଆନ୍ଦୋଳନ କରୁଛନ୍ତି ।ଏହି ଧର୍ମଘଟ ଯୋଗୁଁ ରାଜ୍ୟର ଅନେକ ପେଟ୍ରୋଲ ପମ୍ପରେ ତୈଳ ସଙ୍କଟ ଦେଖାଦେଇଛି, ଏବଂ ଘରୋଇ ବସ୍ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ମଧ୍ୟ ଚରମ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ବାଲେଶ୍ୱର, କଟକ ଓ ପାରାଦୀପ ଅଞ୍ଚଳରେ ଶହ ଶହ ଗାଡ଼ି ରାସ୍ତାରେ ଅଟକି ରହିଥିବା ସୂଚନା ମିଳିଛି। ପେଟ୍ରୋଲିୟମ୍‌ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ଚେତାବନୀ ଦେଇ କହିଛନ୍ତି, “ଅନେକ ପେଟ୍ରୋଲ ପମ୍ପରେ ତୈଳ ଖାଲି ହେଉଛି। ଯଦି ଏହି ସ୍ଥିତି ଜାରି ରହେ, ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ତୈଳ ସଙ୍କଟ ଦେଖାଦେବ।”

ଅଧିକ ପଢନ୍ତୁ

Odisha Darpan Digital