ଆଜି ସୁନା ଏବଂ ରୂପା ଉଭୟରେ ଏକ ବଡ଼ ହ୍ରାସ 

ଟ୍ରମ୍ପ ଟାରିଫ୍ ଆଟାକ୍ ପରେ ଦୋହଲିଯାଇଛି ବିଶ୍ୱ ଅର୍ଥନୀତି । ଓ୍ୱାଲ୍ ଷ୍ଟ୍ରିଟ୍ ଠାରୁ ଆରମ୍ଭ କରି ଭାରତୀୟ ସେୟାର ମାର୍କେଟରେ କମ୍ପନ । ଏହା ସୁନା ଏବଂ ରୂପାର ମୂଲ୍ୟକୁ ପ୍ରଭାବିତ କରୁଛି । COMEX ରେ ସୁନା 3000 ଡଲାର ତଳକୁ ଖସିଗଲା, ଯାହା ଏକ ମାସର ସର୍ବନିମ୍ନ ମୂଲ୍ୟ ଥିଲା। ସେହି ସମୟରେ, ରୂପା 4 ମାସର ସର୍ବନିମ୍ନ ମୂଲ୍ୟ ଅର୍ଥାତ୍ 30 ଡଲାର ତଳେ ପହଞ୍ଚିଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୮୭,୯୯୧ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୯୦,୩୮୦ ଟଙ୍କା ରହିଛି ।

ରବିବାର ଅପେକ୍ଷା ସୋମବାର ଦର ଅପେକ୍ଷାକୃତ କମିଛି । ଲଗାତାର ତୃତୀୟ ଦିନରେ ହ୍ରାସ ପାଇଛି ସୁନା ଓ ରୂପା ଦର । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ହ୍ରାସ ପାଇଛି । କେବଳ ସୁନା ଦର ନୁହେଁ ରୂପା ଦରରେ ବି ଅହେତୁକ ହ୍ରାସ ପାଇଛି । ରୂପା କେଜି ପ୍ରତି ୮୮,୬୯୮ ରହିଛି ।

ଅଧିକ ପଢନ୍ତୁ