ପଶ୍ଚିମ କେନ୍ଦ୍ରୀୟ ଓ ତା’ର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ୨ଦିନରେ ଏହା ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାସହ ଏକ ଟ୍ରପ ଲାଇନ୍ ମଧ୍ୟ ସକ୍ରିୟ ହୋଇପାରେ। ଫଳରେ ୨୭ ତାରିଖରୁ ୩୦ ତାରିଖ ଯାଏ ୪ଦିନ ରାଜ୍ୟରେ ଭାରି ବର୍ଷା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ସମ୍ବଲପୁରର ବୁର୍ଲାରେ ୬୪.୨ମିମି, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ୬୨, ବରଗଡ଼ ଜିଲ୍ଲା ବରପାଲ୍ଲିରେ ୫୨, ରାୟଗଡ଼ା ଜିଲ୍ଲା କୋଲନରାରେ ୪୯.୪, ପୁରୀ ଜିଲ୍ଲା କାକଟପୁରରେ ୪୩, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ୩୭, ଜଗତସିଂହପୁର ଜିଲ୍ଲା ପାରାଦୀପରେ ୩୫.୪, ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ୩୪, ରାୟଗଡ଼ାରେ ୩୩.୪, ଜଗତସିଂହପୁର ବାଲିକୁଦାରେ ୩୦ମିମି ବର୍ଷା ରେକର୍ଡ ହୋଇଛି । ସୋମବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରାୟଗଡ଼ାରେ ୪୭.୬ ମିମି, ପାରଳାଖେମୁଣ୍ଡିରେ ୨୮, କୋରାପୁଟରେ ୨୦.୬ମିମି ବର୍ଷା ହୋଇଛି ।
