ଆଜି ହଂସିତା ଅଭିଲିପ୍ସାଙ୍କୁ ମିଳିଲା ଜାମିନ୍‌

ହଂସିତା ଅଭିଲିପ୍ସାଙ୍କୁ ଗୋଟିଏ ମାମଲାରେ ହାଇକୋର୍ଟରେ ସୋମବାର ଜାମିନ୍‌ ମିଳିଛି। ଭୁଲ୍‌ ତଥ୍ୟ ଦେଇ ପାସପୋର୍ଟ ହାତେଇବା ମାମଲାରେ ହାଇକୋର୍ଟ ଜାମିନ୍‌ ମଞ୍ଜୁର କରିଛନ୍ତି। ଠକେଇ ଅଭିଯୋଗ ମାମଲାରେ ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଛି। ସହଯୋଗୀ ଅନିଲ ମହାନ୍ତିଙ୍କ ଜାମିନ୍‌ ଶୁଣାଣି ମଧ୍ୟ ଶେଷ ହୋଇଛି।ହଂସିତାଙ୍କ ନାଁରେ ଇନଫୋସିଟି ଥାନାରେ ଦୁଇଟି ମାମଲା ହୋଇଥିଲା। ହଂସିତା ଅଭିଲିପ୍ସା ଓରଫ ବିଷ୍ଣୁପ୍ରିୟା ଚାନ୍ଦ । ୪୦ ହଜାର ଟଙ୍କାର ଜଣେ ଜାମିନଦାରଙ୍କ ଦ୍ଵାରା ଯାଇ ପାରିବେ ଜାମିନରେ।

ଅଧିକ ପଢନ୍ତୁ