ଆଜି ହେଉଛି ଅନ୍ତର୍ଜାତୀୟ ଆଳୁ ଦିବସ ।

ଆଜି ହେଉଛି ଅନ୍ତର୍ଜାତୀୟ ଆଳୁ ଦିବସ । ଓଡ଼ିଶାରେ ଆଳୁ ମଧ୍ୟ ବହୁତ ଲୋକପ୍ରିୟ । ଏହି ଦିବସର ଲକ୍ଷ୍ୟ ଆଳୁର ପୁଷ୍ଟିକର, ଆର୍ଥିକ, ଏବଂ ସାଂସ୍କୃତିକ ମୂଲ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା। ଓଡ଼ିଶାରେ ଆଳୁ ଚାଷ ଏବଂ ବ୍ୟବହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ, ଏବଂ ରାଜ୍ୟରେ ଆଳୁର ଚାହିଦା ନିରନ୍ତର ବୃଦ୍ଧି ପାଉଛି । ରାଜ୍ୟରେ ଏବେ ବାର୍ଷିକ ୧୩ଲକ୍ଷ ମେଟ୍ରିକ୍‌ ଟନ୍‍ରୁ ଅଧିକ ଆଳୁ ଆବଶ୍ୟକ ହେଉଛି। ହେଲେ ରାଜ୍ୟରେ ବାର୍ଷିକ ପ୍ରାୟ ୩ ଲକ୍ଷ ମେଟ୍ରିକ୍‌ ଟନ୍‍ ଆଳୁ ଉତ୍ପାଦିତ ହେଉଛି। ସଂରକ୍ଷଣ ଲାଗି ଶୀତଳଭଣ୍ଡାରର ଅଭାବ ରହିଥିବା ବେଳେ ଉତ୍ପାଦନ ବେଳେ ଚାଷୀଙ୍କଠାରୁ ଆଳୁ କିଣା ପାଇଁ ସରକାରୀ ବ୍ୟବସ୍ଥା ନାହିଁ। ଫଳରେ ରାଜ୍ୟର ଆଳୁ ଚାଷୀମାନେ ପଡ଼ୋଶୀ ରାଜ୍ୟର ବେପାରୀମାନଙ୍କୁ ଆଳୁ କ୍ବିଣ୍ଟାଲ ପିଛା ୪ରୁ ୫ ଶହ ଟଙ୍କାରେ ବିକିବାକୁ ବାଧ୍ୟ ହେଉଛନ୍ତି। ଏହି ବ୍ୟବସାୟୀମାନେ ଓଡ଼ିଶାରୁ ସଂଗୃହୀତ ଆଳୁକୁ ସଂରକ୍ଷିତ ରଖି କିଛି ମାସ ମଧ୍ୟରେ ତାହାକୁ ପୁଣି ଓଡ଼ିଶା ବଜାରରେ କ୍ବିଣ୍ଟାଲ ପିଛା ୧ରୁ ୨ହଜାର ଟଙ୍କା ଦରରେ ବିକୁଛନ୍ତି।ବିଶ୍ୱର ସବୁଠାରୁ ମହଙ୍ଗା ଆଳୁ ଫ୍ରାନ୍ସର ଇଲେ ଡି ନୋଇମୋର୍ଟିଅର ଦ୍ୱୀପରେ ଚାଷ କରାଯାଏ। ଏହି ଆଳୁର ନାମ ‘ଲେ ବୋନେଟ୍’। ଏହି ଆଳୁର ନାମ ସେହି ଅଞ୍ଚଳର ଜଣେ ସ୍ଥାନୀୟ ଚାଷୀ ବେନୋଇଟ୍ ବୋନୋଟେଙ୍କ ନାମରେ ରଖାଯାଇଛି, ଯିଏ ଏହି ଦ୍ୱୀପରେ ଏହି ପ୍ରଜାତିର ଚାଷ ପ୍ରଥମେ ଆରମ୍ଭ କରିଥିଲେ। ଆଳୁ ସାଧାରଣତଃ ପ୍ରତି କିଲୋଗ୍ରାମରେ 20 ରୁ 30 ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଲେ ବୋନେଟ୍ ଆଳୁର ମୂଲ୍ୟ 50 ରୁ 90 ହଜାର ଟଙ୍କା। ଏହା ବିଶ୍ୱରେ ବିକ୍ରି ହେଉଥିବା ସବୁଠାରୁ ମହଙ୍ଗା ଆଳୁ। ଆଶ୍ଚର୍ଯ୍ୟଜନକ ଭାବରେ, ଏତେ ମହଙ୍ଗା ହେବା ସତ୍ତ୍ୱେ, ସାରା ବିଶ୍ୱରେ ଏହାର ବହୁତ ଚାହିଦା ଅଛି।

ଅଧିକ ପଢନ୍ତୁ