ଏପ୍ରିଲ ୭ତାରିଖ, ବରା ଦିବସ । ଢେଙ୍କାନାଳ ଜିଲ୍ଲା ହେଉଛି ବରା ପାଇଁ ପ୍ରସିଦ୍ଧ । ଦେଶୀ ବିରି ଓ ଚାଉଳ ମିଶାଇ ଏହି ବରା ପ୍ରସ୍ତୁତ ହୁଏ । ବିଶେଷ କରି ବରା ସାଙ୍ଗକୁ ଆଳୁ କଷା ଘୁଗୁନି ଟେଷ୍ଟକୁ ଡବଲ କରେ । ଆହୁରି ବି ଗରମ ବରାକୁ କଞ୍ଚା ପିଆଜ ଓ ଲଙ୍କା ଯିଏ ଖାଇଛି ସେ ଜାଣିଛି ତାର ସ୍ୱାଦ । ବରାର ପ୍ରସ୍ତୁତି ବି ସେମିତି କଷ୍ଟ ନୁହେଁ । ବିରିକୁ ବାଟି ସେଥିରେ କିଛି ସୁଜି ମିଶାଇ ଆଣ ପ୍ରସ୍ତୁତ ହୁଏ । କେହି କେହି ବିରା ବାଟମରେ ଚାଉଳ ବି ମିଶାଇଥାନ୍ତି । ବଟା ସରିବା ପରେ ସେଥିରେ ପିଆଜ ଲଙ୍କା ଅଦାର ମିଶ୍ରଣରେ ଅଧିକ ସ୍ବାଦିଷ୍ଟ ବରା ପ୍ରସ୍ତୁତ ହୋଇଥାଏ ।
ସବୁ ଦିନିଆ ଖାଦ୍ୟର ତାଲିକାରେ ବରାର ସ୍ଥାନ ରହିଛି । ତେବେ ବରାର ପରିଚୟ କିନ୍ତୁ ହେଉଛି ଢେଙ୍କାନାଳରୁ । ଦେଢଶହ ବର୍ଷରୁ ଅଧିକ ବର୍ଷ ହେବ ବରାର ପ୍ରସିଦ୍ଧି ରହିଛି ଜିଳ୍ଲାରେ । ଢେଙ୍କାନାଳ ସହରରେ ବିଭିନ୍ନ ସ୍ଥାନରେ ଛୋଟରୁ ନେଇ ବଡ ବଡ ହୋଟେଲ ଗୁଡିକରେ ଭେରାଇଟି ବରା ସବୁ ପ୍ରସ୍ତୁତ ହୋଇଥାଏ । କେବଳ ଖାଦ୍ୟ ନୁହେଁ ବରା ବହୁ ଲୋକଙ୍କୁ ଭଲ ରୋଜଗାର ମଧ୍ୟ ଦେଇଛି । ଆଜି ବରା ଦିବସରେ ବିଭିନ୍ନ ସ୍ଥାନରେ ଏହି ବରା ଖାଇ ସମସ୍ତେ ଏହି ଦିବସ ପାଳନ କରିଛନ୍ତି ।