ଆଜି ହେଉଛି ବିଜୁ ପଟ୍ଟନାୟକଙ୍କର ଜନ୍ମ ଜୟନ୍ତୀ

ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ(Birth Anniversary of Biju Patnaik)ଙ୍କର ଜନ୍ମ ଜୟନ୍ତୀ । ବିଜୁ ବାବୁ ୧୯୧୬, ମାର୍ଚ୍ଚ ୫ ରେ କଟକରେ ଜନ୍ମ ଗ୍ରହଣ କରିଥିଲେ । । ୧୯୧୬ ମାର୍ଚ୍ଚ ୫ରୁ ୧୯୯୭ ଏପ୍ରିଲ୍ ୧୭ ତାରିଖ । ଦୀର୍ଘ ୮୧ ବର୍ଷର ଜୀବନ କାଳ ମଧ୍ୟରେ ଓଡିଶାକୁ ଦେଇଥିଲେ ନୂଆ ରୂପ। ତାଙ୍କର ପ୍ରତିଟି ମୁହୂର୍ତ୍ତ ଥିଲା କର୍ମମୟ। ପାଇଲଟ୍‌, ସଫଳ ଶିଳ୍ପପତି, ବିଚକ୍ଷଣ ରାଜନୀତିଜ୍ଞ, ଦୂରଦ୍ରଷ୍ଟା, ସ୍ବାଭିମାନୀ, ସ୍ପଷ୍ଟବାଦୀ, ନିର୍ଭୀକ ବ୍ୟକ୍ତିତ୍ବର ଅଧିକାରୀ ଥିଲେ ଏହି ସର୍ବମାନ୍ୟ ନେତା।ପ୍ରବାଦ ପୁରୁଷ, ଓଡ଼ିଶାର ବରପୁତ୍ର, ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ବିଜୁ ପଟ୍ଟନାୟକ। କଟକରେ ଜନ୍ମିତ ବିଜୁ ବାବୁ ନିଜ ସୁଦକ୍ଷ ନେତୃତ୍ୱ, ବୀରତା, ସାହସିକତା ତଥା ମାଟି ମା’ର ସେବାରେ ଅତୁଳନୀୟ ଅବଦାନ ପାଇଁ ଚିରସ୍ମରଣୀୟ। ଭାରତୀୟ ରାଜନୈତିକ ଆକାଶରେ ବିଜୁ ପଟ୍ଟନାୟକ ସବୁବେଳେ ଧ୍ରୁବତାରା ହୋଇରହିଛନ୍ତି।୧୯୪୬ ମସିହାରେ ଉତ୍ତର କଟକ ନିର୍ବାଚନ ମଣ୍ଡଳୀରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ଓଡ଼ିଶା ବିଧାନସଭାରେ ପାଦ ଦେଇଥିଲେ ବିଜୁ ପଟ୍ଟନାୟକ। ୧୯୫୨ ଓ ୧୯୫୭ରେ ଯଥାକ୍ରମେ ଜଗନ୍ନାଥ ପ୍ରସାଦ ଓ ସୋରଡ଼ାରୁ ପୁନଃ ନିର୍ବାଚିତ ହୋଇଥିଲେ ଆଧୁନିକ ଓଡ଼ିଶା ଗଠନର ଏହି କିମ୍ବଦନ୍ତୀ ପୁରୁଷ। ୧୯୬୧ରେ ବିଜୁ ବାବୁ ପ୍ରଥମଥର ପାଇଁ ଓଡ଼ିଶା ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୭ ଏପ୍ରିଲ୍ ୧୯୯୭ରେ ଏହି ମହାନ ଜନନାୟକ ନୂଆଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଏବଂ ସେହିଠାରେ ହିଁ ହୋଇଥିଲା ଏକ ଯୁଗର ଅବସାନ।

ଅଧିକ ପଢନ୍ତୁ