ଆଜି ହେଉଛି ବିଶ୍ୱ ପରିବେଶ ଦିବସ।

ଆଜି ହେଉଛି ବିଶ୍ୱ ପରିବେଶ ଦିବସ। ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଏହି ଦିନ ପାଳନ କରାଯାଉଛି। ପରିବେଶକୁ ପ୍ରଦୂଷଣରୁ କିପରି ରୋକାଯାଇ ପାରିବ ସେନେଇ ସଚେତନତା ସୃଷ୍ଟି କରାଯାଉଛି। ଚଳିତ ବର୍ଷର ଥିମ୍‌‌ ‘ଭୂମି ପୁନରୁଦ୍ଧାର କର, ପୃଥିବୀକୁ ପୁନର୍ଜୀବିତ କର’ ରଖାଯାଇଛି। ତେବେ ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ଶ୍ରୀ ମୋଦୀ ଏକ ଅଶ୍ୱତ୍ଥ ଗଛ ଲଗାଇଛନ୍ତି।

ଆମ ପୃଥିବୀକୁ ଉନ୍ନତ କରିବାରେ ଯୋଗଦାନ କରିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ଗତ ଦଶନ୍ଧି ମଧ୍ୟରେ ଭାରତ ଅନେକ ସାମୂହିକ ପ୍ରୟାସ ହାତକୁ ନେଇଛି ଯାହା ଫଳରେ ସମଗ୍ର ଦେଶରେ ଜଙ୍ଗଲ ପରିମାଣ ବୃଦ୍ଧି ପାଇଛି। ନିରନ୍ତର ବିକାଶ ଦିଗରେ ଆମର ପ୍ରୟାସ ପାଇଁ ଏହା ବହୁତ ଭଲ ବୋଲି ଶ୍ରୀ ମୋଦୀ କହିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital