ଆଜି ହେଉଛି ବିଶ୍ୱ ରେଡ଼ିଓ ଦିବସ

ଆଜି ବିଶ୍ୱ ରେଡ଼ିଓ ଦିବସ। ଦିନେ ଖବର ପ୍ରସାରଣ ମୁଖ୍ୟ ମାଧ୍ୟମ ଥିଲା ରେଡ଼ିଓ। ଆଜିର ଡିଜିଟାଲ ଯୁଗରେ, ଏହାର ବିକଳ୍ପରେ ଆସିଛି। ତଥାପି ଅନେକଙ୍କ ମନରେ ଏବେ ବି ରେଡିଓର ସ୍ୱତନ୍ତ୍ର ସ୍ଥାନ ରହିଛି। ୧୯୪୬ ମସିହା ଆଜିର ଦିନରେ ଜାତିସଂଘ ରେଡ଼ିଓର ପ୍ରତିଷ୍ଠା ହୋଇଥିଲା । ପରିବର୍ତ୍ତିତ ପରିବେଶରେ ରେଡିଓ ସମ୍ବାଦ ଏବଂ ମନୋରଂଜନଧର୍ମୀ କାର୍ଯ୍ୟକ୍ରମ ଗୁଡ଼ିକ ମୁଖ୍ୟ ମାଧ୍ୟମ ଭାବରେ ଲୋକପ୍ରିୟତା ବଜାୟ ରଖିଛି । ଚଳିତବର୍ଷ ରେଡିଓ ଦିବସର ବାର୍ତ୍ତା ହେଉଛି “ରେଡ଼ିଓ ଏବଂ ଜଳବାୟୁ ପରିବର୍ତ୍ତନ ।”ଇତିହାସରେ, ରେଡିଓ ସୂଚନା ଆଦାନପ୍ରଦାନ ଏବଂ ବିଶ୍ୱର ଲୋକଙ୍କୁ ଶିକ୍ଷା ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଯୁବକମାନଙ୍କୁ ସେମାନଙ୍କୁ ପ୍ରଭାବିତ କରୁଥିବା ବିଷୟଗୁଡ଼ିକର ଆଲୋଚନାରେ ନିୟୋଜିତ କରିବା ପାଇଁ ଏହା ବ୍ୟବହୃତ ହୁଏ। ପ୍ରାକୃତିକ ଏବଂ ମନୁଷ୍ୟକୃତ ବିପର୍ଯ୍ୟୟ ସମୟରେ ଏହା ଲୋକଙ୍କ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସାହାଯ୍ୟ କରେ। ବର୍ତ୍ତମାନ ସୁଦ୍ଧା, ଏହା ସୂଚନା ବିସ୍ତାରର ସବୁଠାରୁ ଶକ୍ତିଶାଳୀ ଏବଂ ଶସ୍ତା ମାଧ୍ୟମ ଭାବେ ରହିଛି।ଭାରତରେ ଘରୋଇ ରେ଼ଡିଓ ପ୍ରସାରଣ ଓ ପରେ ଆକାଶବାଣୀ ଆଉ ଏଫଏମ ରେଡ଼ିଓ। ରେଡ଼ିଓର ଯାତ୍ରା ବହୁତ ଅଙ୍କାବଙ୍କା ଓ ବହୁତ ଲମ୍ବା । ଉତ୍ଥାନ ପତନ ଓ ନୂଆ ଅଭ୍ୟୁତ୍ଥାନ ମଧ୍ୟରେ ରେଡ଼ିଓ ତାର ଯାତ୍ରା ଜାରି ରଖିଛି ।

ଏହି ଯାତ୍ରା ସମୟରେ ରେଡ଼ିଓ ଅନେକ ଥର ଝୁଣ୍ଟିଥିଲେ ମଧ୍ୟ ଥମି ଯାଇନି । ବହୁ ପୁରାତନ ଯୁଗରୁ ରେଡ଼ିଓ ଓ ମଣିଷ ଭିତରେ ସଂପର୍କ ଅତି ପୁରୁଣା । ରେଡ଼ିଓ ମତ ପ୍ରକାଶନର ସବୁଠୁ ପୁରୁଣା ମାଧ୍ୟମ । ଦିନ ଥିଲା ରେଡ଼ିଓ ଲୋକମାନଙ୍କ ମଧ୍ୟରେ ସଂପର୍କ ସ୍ଥାପନର ଏକ ମାତ୍ର ମାଧ୍ୟମ ଥିଲା । ଆଜିର ପ୍ରଚାର ଓ ପ୍ରସାରଣ ଯୁଗରେ ପୁଣି ରେଡ଼ିଓର ଚାହିଦା ସର୍ବବ୍ୟାପି ହୋଇପାରିଛି । ରେଡ଼ିଓ ଆଜିର ବୈଷୟିକ ସୁଯୋଗରେ ସବୁ କ୍ଷେତ୍ର ସହ ଯୋଡ଼ି ହୋଇଯାଇଛି । ଦ୍ରୁତ ଟେକ୍ନୋଲୋଜି ଓ ଇଣ୍ଟରନେଟର ବହୁଳ ପ୍ରସାର ଫଳରେ ରେଡ଼ିଓର ଚାହିଦା କମିଥିଲେ ମଧ୍ୟ ଆଜିବି ତାହାର ଅସ୍ତିତ୍ବ ବଜାୟ ରଖିଛି ।

ଅଧିକ ପଢନ୍ତୁ