ଆଜି ୨୮ଟି ନୂଆ ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ରାଜ୍ୟର ଆମ୍ବୁଲାନ୍ସ ସେବା କ୍ଷେତ୍ରରେ ୪୨୮ଟି ନୂଆ ଆମ୍ବୁଲାନ୍ସ ଯୋଡ଼ିବା ପାଇଁ ରାଜ୍ୟ ସରକାର ସ୍ଥିର କରିଥିଲେ । ସେଥିମଧ୍ୟରୁ ୨ଟି ପର୍ଯ୍ୟାୟରେ ୪୦୦ଟି ଆମ୍ବୁଲାନ୍ସର ଶୁଭାରମ୍ଭ ହୋଇସାରି ଥିବା ବେଳେ ଆଜି (ଶନିବାର) ଆଉ ୨୮ଟି ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତି ଆମ୍ବୁଲାନ୍ସ ପିଛା ୨୫.୭୭ ଲକ୍ଷ ଟଙ୍କା ହିସାବରେ ୪୨୮ଟି ଆମ୍ବୁଲାନ୍ସ ପାଇଁ ପ୍ରାୟ ୧୧୧ କୋଟି ଟଙ୍କା ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ବିନିଯୋଗ କରିଛନ୍ତି ।ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାରେ ମୋଟ ୮୬୬ଟି ଆମ୍ବୁଲାନ୍ସ ଜନସାଧାରଣଙ୍କ ସେବାରେ ନିୟୋଜିତ ରହିଛି । ସେଥିମଧ୍ୟରୁ ୪୪୯ଟି ବେସିକ୍ ଲାଇଫ୍ ସପୋର୍ଟ (ବି.ଏଲ୍.ଏସ) ଆମ୍ବୁଲାନ୍ସ ଏବଂ ୪୧୧ଟି ଅତ୍ୟାଧୁନିକ ଲାଇଫ୍ ସପୋର୍ଟ (ଏ.ଏଲ୍.ଏସ) ଆମ୍ବୁଲାନ୍ସ ରହିଛି । ଏହାସହ ରାଜ୍ୟରେ ଗର୍ଭବତୀ ମହିଳା ଓ ଅସୁସ୍ଥ ଶିଶୁମାନଙ୍କ ସୁରକ୍ଷିତ ପରିବହନ ପାଇଁ “ଜନନୀ ଏକ୍ସପ୍ରେସ୍” ଯୋଜନା ଅଧୀନରେ ୫୦୦ଟି ଆମ୍ବୁଲାନ୍ସ ନିୟୋଜିତ ରହିଛି ।ଏହି ସମସ୍ତ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ସମ୍ପୂର୍ଣ୍ଣ ଦେୟମୁକ୍ତ ଭାବେ ଜନସାଧରଣଙ୍କୁ ଯୋଗାଇ ଦିଆଯାଉଛି ।

ଅଧିକ ପଢନ୍ତୁ