ଆଜି ୪ ଜିଲ୍ଲା ଗସ୍ତରେ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷୟକ୍ଷତି ବୁଝିବା ପାଇଁ ଆଜି ୪ ଜିଲ୍ଲା ଗସ୍ତ କରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଫସଲହାନି ସ୍ଥିତିର ସମୀକ୍ଷା ପାଇଁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ବୁଲି ଚାଷୀଙ୍କ ସହ କଥା ହେବେ ନବୀନ । ସୋମବାର ଶ୍ରୀ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଯାଇ ବିଭିନ୍ନ ବ୍ଲକର ଫସଲ କ୍ଷୟକ୍ଷତି ଅନୁଧ୍ୟାନ ଅବସରରେ ଚାଷୀଙ୍କ ସହିତ ଆଲୋଚନା କରିଥିଲେ । ନିର୍ବାଚନ ଶେଷ ହେବାର ପ୍ରାୟ ୭ ମାସ ପରେ ନିଜ ନିର୍ବାଚନମଣ୍ଡଳୀ ସମେତ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳକୁ ନବୀନଙ୍କର ଏହା ପ୍ରଥମ ଗସ୍ତ ଥିଲା।

ନବୀନ ପ୍ରଥମେ ନିଜ ନିର୍ବାଚମଣ୍ଡଳୀ ଶେରଗଡ଼ର ତାକରଡ଼ା ଯାଇ ଫସଲ କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ପରେ ସେ ହିଞ୍ଜିଳିର ପୋଡିଙ୍ଗି ଛକଠାରେ ଚାଷୀଙ୍କ ଦୁଃଖ ଶୁଣିଥିଲେ। ଅଦିନିଆ ବର୍ଷା ଉଜାଡି ଦେଇଛି ବର୍ଷକ ଆହାର । ପରିବାର କିଭଳି ଚଳାଇବ ସେ ନେଇ ଚିନ୍ତାରେ ପଡିଛି ଚାଷୀ କୁଳ । ତେବେ ଚାଷୀ କ୍ଷତିପୂରଣ ଦାବି କରିଥିବା ବେଳେ ପିପିଲିରେ ମଧ୍ୟ ଏକର ଏକର ଅମଳ ଧାନ ଗଜା ହୋଇଯାଇଛି । ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ଗସ୍ତରେ ଯାଉଛନ୍ତି । ଗସ୍ତରେ ଯାଇ ଚାଷୀଙ୍କ ବର୍ଷାରେ ହୋଇଥିବା କ୍ଷୟକ୍ଷତି ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।

ଅଧିକ ପଢନ୍ତୁ