ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଭୋରୁ ଉଠି ଡଙ୍ଗା ଭସାଉଛନ୍ତି ଶ୍ରଦ୍ଧାଳୁ |

ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏଥିପାଇଁ ଚଳଚଂଚଳ ସାରା ଓଡ଼ିଶା । ଭୋରରୁ ହଜାର ହଜାର ଶ୍ରଦ୍ଧାଳୁ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି । ପୁରୀ ବେଳାଭୂମି, ଭୁବନେଶ୍ୱର ବିନ୍ଦୁସାଗରରେ ଶ୍ରଦ୍ଧାଳୁମାନେ ଭୋର ୪ ଟାରୁ ଉଠି ଡଙ୍ଗା ଭସାଇଛନ୍ତି ।ମାସ ସାରା କାର୍ତ୍ତିକ ବ୍ରତ କରିବା ପରେ ଆଜି ପୂର୍ଣ୍ଣିମା ପାଇଁ ହବିଷ୍ୟାଳୀମାନେ ମଧ୍ୟ ସମୁଦ୍ର ବେଳାଭୂମିରେ ପୂଜାର୍ଚ୍ଚନା କରିଛନ୍ତି। ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତ ମହୋଦଧି ତଟରେ ଏକତ୍ରିତ ହୋଇ କାର୍ତ୍ତିକ ପୂର୍ଣ୍ଣିମାରେ ପୂଜାର୍ଚ୍ଚନା କରିଛନ୍ତି। ବିଶ୍ୱାସ ରହିଛି ଆଜିର ଦିନରେ ମହୋଦଧିରେ ବୁଡ଼ ପକାଇଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ।

କାର୍ତ୍ତିକ ପୂର୍ଣ୍ଣିମା ଦିନ କାର୍ତ୍ତିକ ବ୍ରତର ଉଦ୍‌ଯାପନ କରାଯାଇଥାଏ। ଏହି ପୂର୍ଣ୍ଣିମାର ଅନ୍ୟନାମ ରାସ ପୂର୍ଣ୍ଣିମା । ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଉତ୍କଳର ଗୌରବମୟ ନୌବାଣିଜ୍ୟ ଇତିହାସ ସହିତ ମଧ୍ୟ ଏହା ନିବିଡ଼ ଭାବେ ସମ୍ପୃକ୍ତ । ଏହିଦିନ ବିଭିନ୍ନ ସ୍ଥାନରେ ରାସ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥାଏ । ଆଜିର ଦିନରେ ଦାନ କଲେ କୋଟିପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଅଛି ।

ଅଧିକ ପଢନ୍ତୁ