ଆଜି ପବିତ୍ର ବଡ଼ଦିନ ,ଧରାବତରଣ କରିଛନ୍ତି ପ୍ରଭୁ ଯିଶୁ ।

ଧରାବତରଣ କରିଛନ୍ତି ପ୍ରଭୁ ଯିଶୁ । ଆଜି ମଧ୍ୟ ରାତିରେ ପ୍ରଭୁ ଯୀଶୁ ମେରୀଙ୍କ କୋଳ ମଣ୍ଡନ କରିଛନ୍ତି । ଦିବ୍ୟ ମୁହୂର୍ତ୍ତକୁ ଅନେଇ ବସିଥିଲେ ଖ୍ରୀଷ୍ଟ ଧର୍ମାବଲମ୍ବୀ । ରଙ୍ଗୀନ ଆଲୋକମାଳାରେ ଝଲସୁଛି ଗାଁଠୁ ସହର । ଟ୍ବିନ୍ ସିଟି କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚ ମାନଙ୍କରେ ଧୁମଧାମରେ ବଡ଼ଦିନ ପାଳନ କରାଯାଉଛି ।କ୍ରିସମାସ୍ ଟ୍ରି, ସ୍ନୋ ବଲ୍, ରଙ୍ଗୀନ୍ ଆଲୋକମାଳାରେ ଝଲସୁଛି ଚର୍ଚ୍ଚ। ସମୂହ ପ୍ରାର୍ଥନା କରିବାକୁ ଚର୍ଚ୍ଚରେ ଜମିଛି ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କର ଭିଡ଼।ସେହିଭଳି ଦେଶରେ ବିଭିନ୍ନ ଜାଗାରେ ଧୁମଧାମରେ ବଡ଼ ଦିନ ପାଳନ କରାଯାଉଛି ।

ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା ପରି ବିଭିନ୍ନ ସହରରେ ଥିବା ଚର୍ଚ୍ଚରେ ଶ୍ରଦ୍ଧାଳୁମାନେ ଭିଡ଼ ଜମାଇଛନ୍ତି । ହିମାଚଳ ପ୍ରଦେଶରେ ଥିବା ବହୁ ପୁରୁଣା ଚର୍ଚ୍ଚରେ ମଧ୍ୟ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । କ୍ରିସମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ୱର ସର୍ବବୃହତ ବାଲୁକା କଳା ହୋଇଛି। ଯାହା ୱାଲ୍ଡ ରେକର୍ଡ BOOKS OF INDIAରେ ସ୍ଥାନ ପାଇଛି। ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଚକୋଲେଟ୍ ସାଣ୍ଟା କ୍ଲଜ୍ ପ୍ରସ୍ତୁତ କରିଛନ୍ତି। ୧୬୦ ଫୁଟ୍ ଲମ୍ବ ଏବଂ ୧୦୦ ଫୁଟ୍ ଚଉଡାର ବାଲୁକା କଳା ନୂଆ ବିଶ୍ୱ ରେକର୍ଡ ହାସଲ କରିଛି।

ଅଧିକ ପଢନ୍ତୁ