ଆଜି ବିଶ୍ୱ କର୍କଟ ଦିବସ ।

ଆଜି ବିଶ୍ୱ କର୍କଟ ଦିବସ । ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । କର୍କଟ ରୋଗର ଭୟାବହତା ଓ ଏହାକୁ ନେଇ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ । ଖାଲି ସେତିକି ନୁହେଁ ଏନେଇ ଲୋକମାନେ କିପରି ସଚେତନ ହେବା ସହ ତମାଖୁ ଠାରୁ ଦୂରରେ ରହିପାରିବେ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଭିନ୍ନ ରାଷ୍ଟ୍ର ମାନଙ୍କୁ ସଚେତନ କରିଆସୁଛି । ୨୦୨୨-୨୩ ଓ ୨୦୨୪ ପାଇଁ  ଥିମ୍ ରହିଛି ‘କ୍ଲୋଜ୍ ଦି କେୟାର ଗ୍ୟାପ୍’ ।ତମାଖୁ ସେବନ, ମଦ୍ୟପାନ, ଅସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ, ଶାରୀରିକ ବ୍ୟାୟାମ ଅଭାବ ଏବଂ ବାୟୁ ପ୍ରଦୂଷଣ ହିଁ କର୍କଟ ରୋଗର ମୁଖ୍ୟ କାରଣ ଅଟେ।

କର୍କଟ ସ୍କ୍ରିନିଂ, ପ୍ରତିରୋଧ ଏବଂ ଚିକିତ୍ସା ଦ୍ୱାରା ହିଁ ଭାରତ ଏବଂ ବିଶ୍ୱସ୍ତରରେ ଏହି ରୋଗର ହାରକୁ ହ୍ରାସ କରିହେବ। ବିଶେଷକରି ସ୍ୱଳ୍ପ ଏବଂ ମଧ୍ୟମ ଆୟ ରହୁଥିବ ଦେଶ ଗୁଡ଼ିକରେ ନିରକ୍ଷରତା ହିଁ କର୍କଟର ମୁଖ୍ୟ କାରଣ ହୋଇଥିବା ବେଳେ ଉପଯୁକ୍ତ ଶିକ୍ଷା ଓ ସଚେତନତା ଦ୍ୱାରା ହିଁ ଏହାର ନିରାକରଣ ହୋଇପାରିବ।

ସୁସ୍ଥ ଜୀବନଶୈଳୀ ଦ୍ୱାରା ହିଁ କର୍କଟ ରୋଗକୁ ପ୍ରତିରୋଧ କରିହେବ।

ଅଧିକ ପଢନ୍ତୁ