ଆଡମିଟ୍‌ କାର୍ଡକୁ ଡଙ୍ଗା କରି ଭସାଇଲେ ଆଶାୟୀ

ରାଜ୍ୟରେ ଆରଆଇ ଓ ଅମିନ ପରୀକ୍ଷା ବାତିଲ ଦାବି ଜୋର ଧରିଛି । କିଛି ଦିନ ତଳେ ଆଶାୟୀ ପ୍ରାର୍ଥୀମାନେ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଭୁବନେଶ୍ୱର ଲୋୟର ପିଏମଜିରେ ଜୋରଦାର ଆନେ୍ଦାଳନ କରିଥିବାବେଳେ ଆଜି କଟକରେ ଆଶାୟୀମାନେ ଜୋରଦାର ପ୍ରତିବାଦ କରିଛନ୍ତି ।ଆଶାୟୀମାନେ ଅଭିଯୋଗ କରିଛନ୍ତି ଯେ ପରୀକ୍ଷା କରିବା ପାଇଁ ଏକ କଳା ତାଲିକାଭୁକ୍ତ କମ୍ପାନୀକୁ ମନୋନୀତ କରାଯାଇଛି ଏବଂ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ଉଚିତ। ଏହି ଆନ୍ଦୋଳନ ଓଡିଶା ସରକାରଙ୍କୁ ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ଆଣିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ କହିଛନ୍ତି।

କଲେକ୍ଟରଙ୍କ ମାଧ୍ୟମରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଗତ କିଛି ଦିନ ଧରି ବିରୋଧ ପ୍ରଦର୍ଶନ କରି ପ୍ରଦର୍ଶନକାରୀମାନେ ଦାବି କରିଥିଲେ ଯେ କେତେକ ପରୀକ୍ଷା କେନ୍ଦ୍ରରେ କମ୍ପ୍ୟୁଟର ତ୍ରୁଟିପୂର୍ଣ୍ଣ ଥିଲା ଏବଂ ଅନେକ ଆଶାୟୀ ପରୀକ୍ଷା ଠିକ୍ ଭାବେ ଦେଇ ପାରି ନ ଥିଲେ।ତେବେ ସେମାନେ ନିଜ ନିଜ ଆଡମିଟ କାର୍ଡକୁ ଡଙ୍ଗା କରି କାଠଯୋଡ଼ି ନଦୀରେ ଭସାଇଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital