ରଥଯାତ୍ରାର ଦିନକ ପୂର୍ବରୁ ଆକ୍ଟିଭ୍ ହେଲା ଆଣ୍ଟି ଡ୍ରୋନ୍ ସିଷ୍ଟମ । ପ୍ରଥମ ଦିନରେ ନିଷ୍କ୍ରିୟ ହେଲା ଶ୍ରୀମନ୍ଦିର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଉଡୁଥିବା ଡ୍ରୋନ । ଗୋଟିଏ ଡ୍ରୋନ ଜବତ କରିଛି ପୁଲିସ । ଶ୍ରୀମନ୍ଦିର ନୋ ଫ୍ଲାଇଙ୍ଗ୍ ଜୋନ୍ରେ ଡ୍ରୋନ୍କୁ ନିଷ୍କ୍ରିୟ କରିବା ପାଇଁ ଆରମ୍ଭ ହୋଇଛି ଆଣ୍ଟି ଡ୍ରୋନ୍ ସିଷ୍ଟମ । ଏହାଫଳରେ ଏକ ନେଟ୍ୱର୍କ କ୍ଷେତ୍ର ସୃଷ୍ଟି ହେବ । ବେଆଇନ ଭାବରେ ଡ୍ରୋନ୍ ଉଡ଼ିଲେ ଏହାକୁ ଚିହ୍ନଟ କରି ତୁରନ୍ତ ନିଷ୍କ୍ରିୟ କରିବ ଏହି ସିଷ୍ଟମ ।ତେବେ ରଥଯାତ୍ରାକୁ ସୁରୁଖୁରୁରେ ସମାପନ କରିବାକୁ ବ୍ୟାପକ ବ୍ୟବସ୍ଥା କରିଛି ପୁରୀ ପ୍ରଶାସନ । ତେବେ ସବୁଠୁ ବଡ କଥା ହେଉଛି ଚଳିତ ବର୍ଷ ସମ୍ପୂର୍ଣ୍ଣ ଏଆଇ କ୍ୟାମେରା ଓ ଡ୍ରୋନ ମାଧ୍ୟମରେ ରଥଯାତ୍ରା ଭିଡ ନିୟନ୍ତ୍ରଣ, ଟ୍ରାଫିକ ପରିଚଳନା ହେବ । ଏଥି ପାଇଁ ପୁରୀ ଟାଉନ୍ ଥାନାରେ ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟୋଲରୁମ୍ସ୍ ସ୍ଥାପନ କରାଯାଇଛି । ଯେଉଁ ଠାରେ ଏଆଇ କ୍ୟାମେରା ଦ୍ଵାରା ଚାଲିଥିବା ଲାଇଭ ଷ୍ଟ୍ରିମିଙ୍ଗକୁ ଦେଖି ହେବ । ଫଳରେ ଯେଉଁ ଅଞ୍ଚଳରେ ଅତ୍ୟଧିକ ଭିଡ଼ ହୋଇଛି, ଟ୍ରାଫିକ ଜାମ ସ୍ଥିତି ରହିଚି ତାହାକୁ ଠାବ କରାଯାଇ ଉକ୍ତ ସ୍ଥାନରେ ଥିବା ପୋଲିସ ଅଧିକାରୀଙ୍କୁ ଜଣାଇ ଦିଆଯିବ । ଫଳରେ ଭିଡ଼କୁ ନେଇ ଦଳା ଚକଟା ସ୍ଥିତି ଉପୁଜିବ ନାହିଁ ।
