ଆତଙ୍କୀ ଆକ୍ରମଣ ପରେ ବାଲେଶ୍ବର ଉପକୂଳରେ ହାଇ ଆଲର୍ଟ

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ହାଇ ଆଲର୍ଟ । ବିଭିନ୍ନ ସଂବେଦନଶୀଳ ଅଞ୍ଚଳରେ ଚାଲିଛି ଚେକିଂ ବ୍ଳକିଂ । ଗୁଇନ୍ଦା ବିଭାଗର ଆଲର୍ଟ ପରେ ବାଲେଶ୍ବର ପୋଲିସ ପକ୍ଷରୁ ୧୦ ଟି ସ୍ଥାନରେ ଚେକିଂ ପଏଣ୍ଟ କରା ଯାଇଛି । ବାଂଲାଦେଶୀ ରୋହିଙ୍ଗିଆ ଓ ଆତଙ୍କୀ ମାନେ ଅବାଧ ଅନୁପ୍ରେବେଶ ପାଇଁ ଜଳପଥକୁ ଏକ ମାଧ୍ୟମ ଭାବେ ବ୍ୟବହାର କରିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଫଳରେ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ପୋଲିସ ପକ୍ଷରୁ ସାଗର କବଚ ଏକ୍ସରସାଇଜ ଚାଲିଛି। ମତ୍ସ୍ୟଜୀବୀମାନଙ୍କ ଆଇଡି କାର୍ଡ ଚେକ କରାଯାଉଛି। ବୋଟରେ କେହି ବାହାରୁ ଆସୁଛି ତା ଉପରେ ପୋଲିସର କଡା ନଜର ରହିଛି।

ଅଧିକ ପଢନ୍ତୁ

kc ads