ଆତ୍ମଘୋଷିତ ବାବା କାଶୀନାଥଙ୍କ କାରନାମା ,ପାଦରେ ତୁଳସୀ ଚଢାଇ ଭଗବାନ ଭାବେ ଚାଲିଛି ପୂଜାର୍ଚ୍ଚନା ।

ସାମ୍ନାକୁ ଆସିଲା ଆତ୍ମଘୋଷିତ ବାବା କାଶୀନାଥଙ୍କ କାରନାମା । ନିଜ ପୁଅକୁ ବିଷ୍ଣୁଙ୍କ ଅବତାର ଭାବେ ଦର୍ଶାଇ ପାଦ ତଳେ ତୁଳସୀ ଓ ଗୀତା ରଖିଥିବା ଅଭିଯୋଗ । ଥାନାରେ ଏତଲା ଦେଲା ଓଡ଼ିଶା ସମାଜସେବୀ ମହାସଂଘ । । ପିଲାଟି ପ୍ରଭୁ ଜଗନ୍ନାଥଙ୍କ ଅବତାର ବୋଲି ପ୍ରଚାର କରାଯାଉଥିବା ଅଭିଯୋଗ ହେଉଛି ।

ଖଣ୍ଡଗିରିର ଏକ ଆଶ୍ରମରେ ପୂଜା ପାଉଥିବା ଏହି କୁନି ସାରଥୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ଉତ୍ତର ଦେଇଛନ୍ତି ଟ୍ରଷ୍ଟି ପାଣ୍ଡବ କୁମାର ପରିଡ଼ା । ସେ କହିଛନ୍ତି, ତାଙ୍କୁ ଶୂନ୍ୟବାଣୀ ହୋଇଛି ଯେ ସ୍ବୟଂ ଶ୍ରୀଜଗନ୍ନାଥ ଏହି ବାଳକ ରୂପରେ ଜନ୍ମ ଗ୍ରହଣ କରିସାରିଛନ୍ତି । ତାଙ୍କ ଭିତରେ ରହିଛି ଅଲୌକିକ ଶକ୍ତି । ଦୁରାରୋଗକୁ ଭଲ କରିବା ପରେ ତାଙ୍କୁ ଶୂନ୍ୟବାଣୀ ହୋଇଥିଲା ଯେ ଜଗନ୍ନାଥ ଏହି ପିଲା ରୂପରେ ଆଶ୍ରମରେ ଜନ୍ମ ଗ୍ରହଣ କରିସାରିଛନ୍ତି । ସେଥିପାଇଁ ତାଙ୍କ ପାଦରେ ମୁଣ୍ଡରେ ତୁଳସୀ ଚଢ଼ାଉଛୁ ବୋଲି ସେ କହିଛନ୍ତି । ତେବେ ହିନ୍ଦୁ ଧର୍ମର ଘୋର ଅପମାନ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି । ଏହାସହ ନାବାଳକ ପୁଅକୁ ଧର୍ମ ନାମରେ ବେପାର କରାଇ ତାର ପାଠ ପଢ଼ିବା ଅଧିକାରକୁ ତାଙ୍କ ବାପା କ୍ଷୁର୍ଣ୍ଣ କରୁଛନ୍ତି ବୋଲି କହିଛି ମହାସଂଘ। ଏହାକୁ ମହାସଂଘ ଘୋର ବିରୋଧ କରୁଛି ।

ଅଧିକ ପଢନ୍ତୁ