ଆଦାନୀ ହାତକୁ ଗଲା ଗୋପାଳପୁର ପୋର୍ଟର ୯୫ ପ୍ରତିଶତ ମାଲିକାନା 

ଆଜି ବୈଠକରେ ୩ଟି ପ୍ରସ୍ତାବକୁ ମିଳିଛି କ୍ୟାବନେଟ୍ ମଞ୍ଜୁରୀ । ତେବେ ଗୋପାଳପୁର ବନ୍ଦରର ୯୫% ଅଂଶଧନ ଅଦାନୀ ପାଖରେ ରହିବ ଏବଂ ୫ % ଅଂଶଧନ ଷ୍ଟିଭଡୋର ପାଖରେ ରହିବ । ଗୋପାଳପୁର ପୋର୍ଟର ସେୟାର ହୋଲଡିଙ୍ଗକୁ ଦୃଢ କରିବାକୁ ଏବଂ ଏହାକୁ ମଲ୍ଟି କାର୍ଗୋ ପୋର୍ଟରେ ପରିଣତ କରିବାକୁ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଇଛି । ଏହି ଚୁକ୍ତିନାମାକୁ ରାଜ୍ୟ କ୍ୟାବିନେଟ ମଂଜୁରୀ ଦେଇଛନ୍ତି। ଆଦାନୀ ଗ୍ରୁପ୍‌ ପାଖକୁ ଏହି ଅଂଶଧନ ଯିବା ଦ୍ୱାରା ଗୋପାଳପୁର ବନ୍ଦର ଉନ୍ନତି କରଣ କରାଯାଇପାରିବ। ଫଳରେ ରାଜ୍ୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ବଢ଼ିବ।ଗୋପାଳପୁର ପୋର୍ଟ୍ ଲିମିଟେଡରେ ନୋବଲ ଗ୍ରୁପ ଲିମିଟେଡ,ଓଡିଶା ଷ୍ଟିଭେଡୋରସ ଲିମିଟେଡ ଓ ସାରା ଇଣ୍ଟରନ୍ୟାଶନାଲର ଯଥାକ୍ରମେ ୩୪, ୩୩ ଓ ୩୩ ପ୍ରତିଶତ ଅଂଶଧନ ଥାଇ ଗୋପାଳପୁର ବନ୍ଦରର ବିକାଶ କରିଥିଲେ । ୨୦୧୦ ଓ ୨୦୧୭ ଏହି ବନ୍ଦରର ଅଂଶଧନ ପରିବର୍ତ୍ତନ ହୋଇଥିଲା । ବର୍ତ୍ତମାନ ଗୋପାଳପୁର ବନ୍ଦର ୧୧.୪୩ ମିଲିୟନ ମେଟ୍ରିକ ଟନ ପଣ୍ୟ ପରିବହନ କରୁଅଛି ଏବଂ ଏହାର ମୋଟ ଆୟରୁ ୭.୫ ପ୍ରତିଶତ ରାଜ୍ୟ ସରକାରଙ୍କୁ ରାଜସ୍ୱ ଅଂଶ ଭାବେ ପ୍ରଦାନ କରୁଅଛି । ଏବେ ଏହି କ୍ଷମତାକୁ ବୃଦ୍ଧିି କରାଯିବ ବୋଲି କ୍ୟାବନେଟ୍ ସ୍ଥିର ହୋଇଛି ।

ଅଧିକ ପଢନ୍ତୁ