ନୂଆଗାଁ:( ପୁଷ୍ପଲତା ପ୍ରଧାନ):ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ଗ୍ରାମ ପଞ୍ଚାୟତ ରେ ଥିବା ସାନଜିରି ଓ ତୁକୁଡ଼ା ଆଦିବାସୀ ଗ୍ରାମକୁ ଯାଇ ଲୋକମାନଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିଛନ୍ତି ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ। ତତ୍ ସହିତ ଭତ୍ତା,ସୁଭଦ୍ରା ଟଙ୍କା ଠିକ୍ ଭାବେ ମିଳୁଛି କି ନାହିଁ ଲୋକମାନଙ୍କୁ ପଚାରି ବୁଝିଥିଲେ ।ରାସ୍ତା ସମସ୍ୟା ସହ ପାନୀୟ ଜଳ ସମସ୍ୟା ଥିବା ନେଇ ଲୋକମାନେ ଜିଲାପାଳଙ୍କୁ ଜଣାଇଥିଲେ।ଏହି ସମସ୍ୟା ର ସମାଧାନ ତୁରନ୍ତ କରିବାକୁ ବିଡ଼ିଓ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅଙ୍ଗନୱାଡ଼ି କେନ୍ଦ୍ର ଓ ପଞ୍ଚାୟତ ହାଇସ୍କୁଲ୍ ଜାକେଡା ପରିଦର୍ଶନ ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଦୀର୍ଘଦିନ ହେବ ଛୁଟିରେ ଥିବା ଯୋଗୁ ଅଫିସ କାର୍ଯ୍ୟାଳୟ ତାଲା ଝୁଲୁଥିବା ସହ ବିଦ୍ୟାଳୟର କିରାଣୀ ଏବଂ ହିନ୍ଦୀ ଶିକ୍ଷକ ଦରଖାସ୍ତ ନଦେଇ ଅନୁପସ୍ଥିତ ଥିବା ନେଇ ବିରକ୍ତି ଭାବ ପ୍ରକାଶ କରିବା ସହ ଦରମା ବନ୍ଦ ପାଇଁ ବ୍ଲକ୍ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ବିଡ଼ିଓ ଅମୃତ କୁମାର ରାଉଳ,ବ୍ଲକ୍ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଯୁବ ସମାଜ ସେବୀ ଦିଲ୍ଲୀପ କୁମାର ଜାନୀ ଉପସ୍ଥିତ ଥିଲେ।
