ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ଜଘନ୍ୟକାଣ୍ଡ। ଠାକୁରାଣୀ ଯାତ୍ରାରେ ନାଟକ ଦେଖିବାକୁ ଯାଇଥିବା ବେଳେ ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଥାନାରେ ୪ ଜଣ ଯୁବକଙ୍କୁ ଅଟକ ରଖାଯାଇଛି। ତେବେ ମଙ୍ଗଳବାର ଦିନ ନାବାଳିକାଙ୍କର ଡାକ୍ତରୀ ମାଇନା କରାଯିବ । ତେବେ ଦୁଷ୍କର୍ମ ଘଟଣା ଜଣେ ଯୁବକ ଦେଖିଥିଲେ କିନ୍ତୁ ଦୁଷ୍କର୍ମକାରୀ ୪ ଜଣ ସମ୍ପୃକ୍ତ ଯୁବକଙ୍କୁ ଧମକ ଦେଇ କାହାକୁ ନକହିବାକୁ ଚେତାବନୀ ଦେଇଥିଲେ। ହେଲେ ପୀଡ଼ିତା ନାବାଳିକା ଜଣକ ଘଟଣା ସମ୍ପର୍କରେ ଗ୍ରାମ୍ୟ କମିଟି ସମ୍ମୁଖରେ ଜଣାଇଥିଲେ। ପରେ ଗ୍ରାମ୍ୟ କମିଟି ଓ ପରିବାର ଲୋକଙ୍କ ସହ ପୀଡ଼ିତା ଲକ୍ଷ୍ମୀପୁର ଥାନାକୁ ଆସି ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ବୟାନ ଆଧାରରେ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।
