ଆଦିବାସୀ, ପଛୁଆବର୍ଗଙ୍କ ଆର୍ଥିକ ଓ ସାମାଜିକ ସଶକ୍ତୀକରଣ ହେବ: ଗଣଶିକ୍ଷା ମନ୍ତ୍ରୀ

ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟ ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରିରୀକ ଶିକ୍ଷା । ଏନେଇ ଗୃହରେ ଉତ୍ତର ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଜାତୀୟ ଶିକ୍ଷା ନୀତି ୨୦୨୦ ଅଧୀନରେ ଶାରୀରିକ ଶିକ୍ଷା ଦିଆଯିବ । ଏବେ ଡିଜିଟାଲ କ୍ଲାସରୁମରେ ଇ-କଣ୍ଟଣ୍ଟ ଦ୍ୱାରା ଶିକ୍ଷା ଦିଆଯାଉଛି । ଅନ୍ୟପଟେ ଆଦିବାସୀ, ପଛୁଆବର୍ଗଙ୍କ ଆର୍ଥିକ ଓ ସାମାଜିକ ସଶକ୍ତୀକରଣ ପାଇଁ ରାଜ୍ୟରେ ଆଦିବାସୀ ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ଉନ୍ନତି ପାଇଁ ବର୍ତ୍ତମାନ ୧୭୬୫ଟି ବିଦ୍ୟାଳୟ କାର୍ଯ୍ୟ କରୁଛି, ଯାହା ମଧ୍ୟରୁ ୧୬୧୫ଟି ଆବାସିକ ଓ ୧୫୦ଟି ଅଣ ଆବାସିକ ବିଦ୍ୟାଳୟ। ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନାରେ ୧୫୪ କୋଟି, ଅନ୍ୱେଷା ଯୋଜନାରେ ୧୫୮ କୋଟି ଟଙ୍କା ଦିଆଯାଇଛି। ଧରତି ଆବା ଜନଜାତି ଗ୍ରାମ ଉନ୍ନତି ଅଭିଯାନ ମାଧ୍ୟମରେ ରାଜ୍ୟର ୨୭ଟି ଜିଲାର ୨୩୪ଟି ବ୍ଲକ ଓ ୭୬୬୭ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଯୋଜନା ପାଇଁ ୩୨୫ କୋଟିରୁ ଅଧିକ ଟଙ୍କା ବରାଦ କରାଯାଇଛି। ଏହି ବଜେଟ ରାଜ୍ୟର ଆଦିବାସୀ ଓ ପଛୁଆବର୍ଗଙ୍କ ଆର୍ଥିକ ଓ ସାମାଜିକ ସଶକ୍ତୀକରଣ କରିବା ସହିତ ସମାବେଶୀ ଉନ୍ନତିର ଲକ୍ଷ୍ୟ ସାଧନରେ ଏହା ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଅଧିକ ପଢନ୍ତୁ