ଆଦିବାସୀ ଯୁବତୀଙ୍କୁ ବିଷ୍ଠା ଖୁଆଇବା ଘଟଣା

ଜଣେ ୨୦ ବର୍ଷର ଆଦିବାସୀ ଯୁବତୀଙ୍କ ସହ ଘଟିଥିଲା ଏକ ନିନ୍ଦନୀୟ ଘଟଣା । ତାଙ୍କୁ ଗାଳିଗୁଲଜ କରି ବିଷ୍ଠା ଆଣି ମୁହଁରେ ଘସିବା ସହ ଖୁଆଇ ଦେଇଥିବା ନେଇ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନାରେ ହୋଇଥିଲା ଅଭିଯୋଗ ।ଅଭିଯୁକ୍ତକୁ ଗିରଫ ଦାବିରେ ପୀଡ଼ିତାଙ୍କ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ । ହେଲେ ବଙ୍ଗୋମୁଣ୍ଡା ଥାନା ଅଧିନସ୍ଥ ଜୁରାବନ୍ଧ ଗାଁ ର ଆଦିବାସୀ ଯୁବତୀଙ୍କୁ ଶାରୀରିକ ମାନସିକ ନିର୍ଯାତନା ଏବଂ ବିଷ୍ଠା ବୋଳି ଖୁଆଇ ଦେବା ଭଳି ଏଭଳି ନୃଶଂସ ଅମାନବୀୟ ଘଟଣାକୁ ଆଜି ୬ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସର ହାତ ଖାଲି ।

ଏହି ଘଟଣାକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ରଖିଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ । ସଙ୍ଘର କର୍ମକତା ମାନେ ସାରା ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ବେଳେ ଶୀଘ୍ର ଏହି ଘଟଣା ରେ ସଂପୃକ୍ତ ଯୁବକ କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ପୀଡିତା ଯୁବତୀଙ୍କ ଘର ଲୋକ ଏଭଳି କାଣ୍ଡ ଘଟାଇଥିବା ଯୁବକର ଜମିରେ ଚଣା ଚାଷ କରିଛନ୍ତି । ତେବେ ଯୁବକ ଜଣଙ୍କ ତାଙ୍କ ଚାଷ ଜମି ଦେଇ ନିଜ ଜମିରେ ଟ୍ରାକ୍ଟର ମଡେଇବାକୁ ଯାଇଥିଲା । ତେଣୁ ଯୁବତୀ ଜଣକ ତାଙ୍କୁ ବାରଣ କରିଥିଲେ । ବାସ୍ କଥା ଥିଲା ଏତିକି । କିନ୍ତୁ ଏହାକୁ ନେଇ ଘଟଣା ଘଟିଗଲା ବହୁତ ବଡ । ଆଦିବାସୀ ଯୁବତୀ ଜଣଙ୍କୁ ଗତ ୧୬ ତାରିଖ ଦିନ ଗାଁର ଅଭୟ ବାଗ କେଉଁଠି ଥିଲେ କେଜାଣି ଯୁବତୀଙ୍କ ପାଖକୁ ଦଉଡି ଆସି ତାଙ୍କ ସହ ଅସଦାଚରଣ କରିବାକୁ ଲାଗିଲା ।

ଅଧିକ ପଢନ୍ତୁ