ଆଧାରକାର୍ଡରେ ସଠିକ ତଥ୍ୟ ରହୁନାହିଁ

ଭାରତରେ ନାଗରିକ ପରିଚୟ ଭାବେ ଅଧିକ ଆଧାରକାର୍ଡକୁ ବଡ଼ ପ୍ରମାଣପତ୍ର ଭାବେ ବ୍ୟବହାର କରାଯାଉଛି । କିନ୍ତୁ ଆଧାରକାର୍ଡକୁ ନେଇ RTI ରୁ ମିଳିଥିବା ସୂଚନା ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ତଥ୍ୟ ମୁତାବକ ଗତ ୧୪ ବର୍ଷ ମଧ୍ୟରେ ୧୧.୭ କୋଟି ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ମାତ୍ର ୧.୧୫ କୋଟି ଲୋକଙ୍କ ଆଧାରକାର୍ଡ ମୃତ୍ୟୁ ଅଧାରରେ ଡିଲିଟ ହୋଇଛି । ସଂଯୁକ୍ତ ଜନସଂଖ୍ୟା କୋଷ ମୁତାବକ ୨୦୨୫ ଏପ୍ରିଲ ପର୍ଯ୍ୟନ୍ତ ଦେଶର ଜନସଂଖ୍ୟା ୧୪୬.୩୯ କୋଟି । ହେଲେ ଆଧାରକାର୍ଡ ଧାରକଙ୍କ ସଂଖ୍ୟା ୧୪୨.୩୯ କୋଟି । ଭାରତର ନାଗରିକ ପଞ୍ଜିକରଣ ସିଷ୍ଟମ ବା ସିଏସଆର ମୁତାବକ ୨୦୦୭-୨୦୧୯ ପର୍ଯ୍ୟନ୍ତ ପ୍ରତିବର୍ଷ ହାରାହାରି ୮୩.୫ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି ।

ଏହି ଆଧାରରେ ଗତ ୧୪ ବର୍ଷ ମଧ୍ୟରେ ୧୧.୬୯ କୋଟି ଲୋକଙ୍କର ମୃତ୍ୟୁ ହୋଇଥାଇପାରେ । ହେଲେ ଆଧାର ପରିଚାଳନା ସଂସ୍ଥା ୟୁଆଇଡିଏଆଇ ମାତ୍ର ୧.୧୫ କୋଟି ଲୋକଙ୍କର ଆଧାରକାର୍ଡ ନିଷ୍କ୍ରିୟ ବା ଡିଲଟି୍ କରିଛି ।
ଆରଟିଆଇ ତଥ୍ୟ ଅଧାରରେ ଏହା ସ୍ପଷ୍ଟ ହୋଇଛି କି, ୟୁଆଇଡିଏଆଇ ପାଖରେ ନା ଅଧାରକାର୍ଡ ନଥିବା ଲୋକଙ୍କର ତଥ୍ୟ ରହିଛି, ନା ମୃତ ଲୋକଙ୍କ ଅଧାରକାର୍ଡ ନିଷ୍କ୍ରିୟ କରିବାରେ ପ୍ରଭାବୀ ବ୍ୟବସ୍ଥା ରହିଛି ।

ଅଧିକ ପଢନ୍ତୁ

kc ads