ଆଧାର ନମ୍ବର ସହିତ ମୋବାଇଲ ଫୋନ ନମ୍ବର ଲିଙ୍କ ହୋଇନଥିଲେ ମଧ୍ୟ 

ରାଜ୍ୟରେ ଆରମ୍ଭ ହୋଇଯାଇଛି ସୁଭଦ୍ରା ଯୋଜନା ପାଇଁ ଆବେଦନ ପ୍ରକ୍ରିୟା । ଏହି ସମୟରେ ରାଜ୍ୟ ସରକାର ଏବେ ଏହି ଯୋଜନାର ନିୟମକୁ ସାମାନ୍ୟ କୋହଳ କରିଛନ୍ତି । ଆଧାର ନମ୍ବର ସହିତ ମୋବାଇଲ ଫୋନ ନମ୍ବର ଲିଙ୍କ ହୋଇନଥିଲେ ମଧ୍ୟ ବାୟୋମେଟ୍ରିକ ପଦ୍ଧତିରେ ଆଧାର ପ୍ରମାଣୀକରଣ କରାଯାଇପାରିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ।

ଆଧାର କାର୍ଡରେ ମୋବାଇଲ ଲିଙ୍କ ନ ହେଉଥିଲେ ସୁଦ୍ଧା ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ଅନଲାଇନରେ ଫର୍ମ ଆବେଦନ କରିବା ପାଇଁ ନିର୍ଦ୍ଧିଷ୍ଟ ସମୟ ସୀମା ନାହିଁ। ତେଣୁ ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ଭିଡ଼ ଜମାନ୍ତୁ ନାହିଁ |ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୁରୁବାର ‘ସୁଭଦ୍ରା’ ସହାୟତା କେନ୍ଦ୍ର ପରିଦର୍ଶନ କରିବା ସହ ଯେଭଳି କୌଣସି ଜଣେବି ହିତାଧିକାରୀ ବାଦ ନପଡିବେ ସେଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଅଧିକ ପଢନ୍ତୁ