ଆନ୍ତର୍ଜାତୀୟ ଔଷଧ ଅପବ୍ଯବହାର ଓ ଅବୈଧ ଚାଲାଣ ନିରୋଧ ଦିବସ ପାଳିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ ଜିଲ୍ଲା ଦୌରା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶକ୍ରମେ ତଥା ସଚିବ ଅଞ୍ଜଳି ମଚ୍ଛଖଣ୍ଡଙ୍କ ତତ୍ବାବଧାନରେ ଖୁଣ୍ଟୁବନ୍ଧ ସରକାରୀ ଆଇ.ଟି.ଆଇ. କଲେଜରେ ଆନ୍ତର୍ଜାତୀୟ  ଔଷଧ ଅପବ୍ଯବହାର ଓ ଅବୈଧ ଚାଲାଣ ନିରୋଧ ଦିବସ ଓ ପୋକସ ଆଇନ ୨୦୧୨ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଚିବ ଅଞ୍ଜଳି ମଚ୍ଛଖଣ୍ଡ ପ୍ରଦୀପ ପ୍ରଜ୍ଵଳନ କରି ଆନ୍ତର୍ଜାତୀୟ ଔଷଧ ଅପବ୍ଯବହାର ଓ ଅବୈଧ ଚାଲାଣକୁ ରୋକିବା ଉପରେ ସଚେତନତା କରାଇଥିଲେ । ଏଥିରେ ସମ୍ମାନିତ ଅତିଥିରୂପେ ବରିଷ୍ଠ ଅଧିବକ୍ତା ରମେଶ ଚନ୍ଦ୍ର ମହାରଣା ପୋକସୋ ଆଇନ ୨୦୧୨ର ଚାଇଲ୍ଡ ପୋର୍ନୋଗ୍ରାଫୀ ଦେଖିବା, ରଖିବା , ଡାଉନଲୋଡ କରି ସେୟାର କରିବା ଅପରାଧ ଏହାର ନିବାରଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥିରୂପେ ସୋହମ ସମ୍ପାଦକ ଓକିଲ କାମାକ୍ଷା ଦାସ, ପିରାମଲ ଫାଉଣ୍ଡେସନର ଅମନ ମିଶ୍ର ଔଷଧ ଅପବ୍ଯବହାର ଓ ଅବୈଧ ଚାଲାଣରେ ସଂଶ୍ଳିଷ୍ଟ ନହେବା  ପାଇଁ ସଚେତନ କରାଇଥିଲେ । ଏଥିରେ ଆଇ. ଟି . ଆଇ କଲେଜର ଟ୍ରେନିଂ ଅଫିସର ସୁଶାନ୍ତ କୁମାର ଜେନା, ଅଧ୍ୟାପକ ଜିତେନ୍ଦ୍ର କୁମାର ବରାଳ, ପ୍ରାଧିକରଣ କର୍ମଚାରୀ ପ୍ରଶାନ୍ତ ସାହୁ, ରାଜେଶ ବାରିକ, ଅଧିକାର ମିତ୍ର ଶୁଭସ୍ମିତା ମିଶ୍ର,ପ୍ରଭାସିନୀ ରାଉତ, ମମତା ବେହେରା, ମିକି ରାଉତ ସହଯୋଗ କରିଥିଲେ । ସର୍ବଶେଷରେ ଅଧ୍ୟକ୍ଷ କାନ୍ତି ରଞ୍ଜନ ସାହୁ ଧନ୍ୟବାଦ  ଅର୍ପଣ କରିଥିଲେ । 

ଅଧିକ ପଢନ୍ତୁ

kc ads