ଆନ୍ତର୍ଜାତୀୟ ଚାରଣଗୋଷ୍ଠୀ ସାନଗୋରଡ଼ା ଶାଖାର ତ୍ରୟୋବିଂଶ ବାର୍ଷିକ ସମ୍ମିଳନୀ

ଶରଣକୁଳ ୧୫/୧୦():ଆଜି ଶରଣକୁଳ ନିକଟବର୍ତ୍ତୀ ସାନଗୋରଡ଼ା ଚାରଣ ଶାଖାର ଆଜି ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇ ଯାଇଛି। ଏଥି ସହିତ ଉକ୍ତ ଗ୍ରାମରେ ସପ୍ତାହ ବ୍ୟାପୀ ଅନୁଷ୍ଠିତ ଭାଗବତ ସପ୍ତାହର ଉଦ୍ଯାପନ ହୋଇଯାଇଛି। ଆଜି ସକାଳୁ ନୟାଗଡ଼ ଜିଲ୍ଲାର ବିଭିନ୍ନ ଚାରଣ ଶାଖାରୁ ପ୍ରାୟ ୨୦୦ ଚାରଣ ଯୋଗ ଦେଇ ନଗର କୀର୍ତ୍ତନରେ ବାହାରିଥିଲେ। ନଗର କୀର୍ତ୍ତନରୁ ଫେରିବା ପରେ ବ୍ୟାସ ଅଦ୍ୟ ଦିବସର କ୍ରମଶଃ ଭାଗବତ ପାରାୟଣ ପଠନର ପରିସମାପ୍ତି କରିଥିଲେ। ଦିବା ୧୧ଟା ସମୟରେ ବିଷ୍ଣୁ ସହସ୍ର ନାମ ଯଜ୍ଞ ଆରମ୍ଭ ହୋଇଥିଲା। ଚାରଣମାନେ ବିଷ୍ଣୁ ସହସ୍ର ନାମ ପାଠ ଓ ସମ୍ପୁଟ ସହ ଆହୂତି ପ୍ରଦାନ କରାଯାଇଥିଲା। ତତ୍ପରେ ଗୀତାର ପଞ୍ଚଦଶ ଅଧ୍ୟାୟ ଏବଂ ହନୁମାନ ଚାଳିଶା ପାଠ କରାଯାଇଥିଲା। ପୂଣ୍ଣାହୂତି ଅପରାହ୍ଣ ୪ଘଣ୍ଟା ସମୟରେ ଅନୁଷ୍ଠିତ ହୋଇ ଥିଲା। ନୟାଗଡ଼ ଜିଲ୍ଲା ଚାରଣ ଗୋଷ୍ଠୀର ସାଂଗଠନିକ ବୈଠକରେ ଜିଲ୍ଲା ସଂଗଠକ ରାମକୃଷ୍ଣ ସାହୁ ସଂଚାଳକ ଦାୟିତ୍ଵ ନିଭାଇଥିଲେ। ଆନ୍ତର୍ଜାତୀୟ ଚାରଣଗୋଷ୍ଠୀର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ବେହେରା, ଦିଲ୍ଲୀପ ମାର୍ଥା, ବନମାଳୀ ସାହୁ, ବୈକୁଣ୍ଠ ନାଥ ପ୍ରଧାନ, ମନୋରଂଜନ ମହାପାତ୍ର, ଅଭିମନ୍ୟୁ ବେହେରା ପ୍ରମୁଖ ଉକ୍ତ ବୈଠକରେ ଯୋଗ ଦେଇ ସଂଗଠନକୁ ଆଗକୁ ବଢେ଼ଇବା ପାଇଁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ସଂନ୍ଧ୍ୟାରେ ପ୍ରବାଚକ ଗୋପାଳ ରାଜଗୁରୁ ସୁନ୍ଦର ଭାବେ “ପରିକ୍ଷିତଙ୍କର ଜୀବନ୍ମୁକ୍ତି” ପ୍ରସଙ୍ଗ ଉପରେ ଆଲୋଚନା ରଖିଥିଲେ। ଚାରଣ ଶାଖାର ଆଜି ବାର୍ଷିକ ସମ୍ମିଳନୀ ଓ ସପ୍ତାହ ବ୍ୟାପୀ ଭାଗବତ ପାରାୟଣର ସମସ୍ତ ଦାୟିତ୍ଵ ସାନଗୋରଡ଼ା ଚାରଣ ଶାଖାର ଦଳପତି ତଥା ସଂଗଠକ ସତ୍ୟନାରାୟଣ କର ସୁନ୍ଦର ଭାବେ ନିର୍ବାହ କରିଥିଲେ। ଶେଷରେ ବ୍ୟାସପୂଜା ଅନୁଷ୍ଠିତ ହୋଇଥିଲା।

ଅଧିକ ପଢନ୍ତୁ

Odisha Darpan Digital

kc ads