ଆନ୍ଦୋଳନରତ ଶିକ୍ଷକଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ଚେତାବନୀ,ଅମାନିଆ ହେଲେ ଆକ୍ସନ୍

ଆନ୍ଦୋଳନରତ ଶିକ୍ଷକଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ଚେତାବନୀ । ଅମାନିଆ ହେଲେ ନିଆଯିବ ଆକ୍ସନ୍ । କନିଷ୍ଠ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ଶିକ୍ଷକମାନେ ଧର୍ଯ୍ୟ ଧରନ୍ତୁ । ସରକାର ସେମାନଙ୍କ ଦରମା ବୃଦ୍ଧି କରିଛନ୍ତି । ଯାହା ସେମାନଙ୍କ ଦାବି ଅଛି ସରକାର ତାହା ଜାଣନ୍ତି । ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।ସୂଚନା ଅନୁସାରେ, ଗତ ୬ ତାରିଖରୁ ୪୨୦୦ ଗ୍ରେଡ୍‌ ପେ’ ଓ ୨୦୦୧ରୁ ମସିହାରୁ କାର୍ଯ୍ୟରତ ଶିକ୍ଷକଙ୍କୁ ୬ଟି ଇନକ୍ରିମେଣ୍ଟ ଦାବିରେ ଆନ୍ଦୋଳନକୁ ଆସିଥିଲେ ପ୍ରାଥମିକ ଶିକ୍ଷକ ମହାସଂଘ । ରାଜ୍ୟରେ ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଶିକ୍ଷକ ଅହୋରାତ୍ର ଧାରଣା ଦେଇଥିଲେ । ୭ ତାରିଖରେ ସଂଘ ସହ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା ।

ଏହି ଆଲୋଚନାରେ ଶିକ୍ଷକ ସଂଘ ଜିଦ୍ ଧରିଥିଲେ ଯେ ଲିଖିତ ପ୍ରତିଶ୍ରୁତି ମିଳିଲେ ଆନ୍ଦୋଳନରୁ ହଟିବୁ । ଏମିତିକି ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁରୋଧ ସତ୍ତ୍ବେ ଆନ୍ଦୋଳନରୁ ହଟିବାକୁ ନାରାଜ ହୋଇଥିଲା । ଶିକ୍ଷକ ଆନ୍ଦୋଳନକୁ ଆସିଥିବାରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଆନ୍ଦୋଳନକୁ ଯାଇଥିବା ଶିକ୍ଷକଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଅଧିକ ପଢନ୍ତୁ