ଆନ୍ଦୋଳନରୁ ଓହରିଲେ ଅମଲା

ଆନ୍ଦୋଳନରୁ ଓହରଲେ ଅମଲା କର୍ମଚାରୀ । ୧୫ ଦିନ ପରେ ଆଜି କାର୍ଯ୍ୟରେ ଯୋଗ ଦେବେ ଅମଲା । କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳମାନଙ୍କୁ ରାଜସ୍ବ ବିଭାଗର ଚିଠି ପରେ ଆଜି ଆନ୍ଦୋଳନ ପ୍ରତ୍ୟାହୃତ ନେଇ ଘୋଷଣା କରିଛନ୍ତି ଅମଲା ସଂଘ ସଭାପତି ।ବନ୍ୟା ପରିସ୍ଥିତି ଓ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇରେ ଯେପରି ଲୋକେ ହଇରାଣ ନ ହୁଅନ୍ତି, ସେଥିପାଇଁ ସରକାରଙ୍କ ସହ ଆଲୋଚନା କରି ଆନ୍ଦୋଳନ ସ୍ଥଗିତ ରଖାଗଲା. ସରକାର କହିଛନ୍ତି ଯେ ଦାବି ଉପରେ ତର୍ଜମା ଚାଲିଛି। ଏନେଇ ସଂଘର ସଭାପତି ତ୍ରିପତି ବାଲାଜୀ ସୂଚନା ଦେଇଛନ୍ତି।

ଅଧିକ ପଢନ୍ତୁ