ଗତ ଡିସେମ୍ବର ୨୬ ତାରିଖରୁ ଚାଲିଥିବା ଡାକ୍ତରମାନଙ୍କ ଆନ୍ଦୋଳନ ସାମୟିକ ସ୍ଥଗିତ । ଏନେଇ ଓମସା ପକ୍ଷରୁ ସୂଚନା ଦିଆଯାଇଛି । ଓମସା ପକ୍ଷରୁ କୁହାଯାଇଛି ଯେ, ଆଜି ସନ୍ଧ୍ୟା ସୁଦ୍ଧା ସରକାର ଦୁଇଟି ଦାବି ପୂରଣ ନେଇ ନୋଟିିଫିକେସନ ଜାରି କରିବେ । ଏହାଛଡା ଅନ୍ୟ ଦାବି ଗୁଡିକୁ ବି ସରକାର ପୂରଣ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରତିଶ୍ରୁତି ଦେଇଛନ୍ତି । ଯଦି ସରକାର ଏଥିରେ ଅବହେଳା କରନ୍ତି, ତେବେ ପୁଣି ଆନ୍ଦୋଳନ ହେବ ।
ସୁଚନା ମୁତାବକ ଗତ ଦୁଇ ଦିନ ଧରି ଚାଲିଥିବା ଡାକ୍ତରଙ୍କ ୨ ଘଣ୍ଟିଆ ଓପିଡି ବନ୍ଦ ରହିଥିଲା । ଚଳିତ ମାସ ୫ ତାରିଖରୁ ଆରମ୍ଭ ହୋଇଥିବା ୨ ଘଣ୍ଟିଆ ଓିଡି ବନ୍ଦ ଏସମା ଲାଗିବା ପରେ ମଧ୍ୟ ଆଜି ଜାରି ରହିଥିଲା । ସରକାର ଓ ଡାକ୍ତରଙ୍କ ମଧ୍ୟରେ ରୋଗୀମାନେ ହନ୍ତସନ୍ତ ହେଉଥିଲେ । ଚିକିତ୍ସା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିଲା।
