ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ ।

ବୋନସ୍ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ । ୩ ଦିନ ପରେ ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ । ଆନ୍ଦୋଳନ ପ୍ରତ୍ୟାହର ପରେ ହସ୍ପିଟାଲରେ ସଫେଇ କାର୍ଯ୍ୟ ସ୍ୱାଭାବିକ । ସୂଚନାମୁତାବକ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ତିନି ଦିନ ହେବ ହସ୍ପିଟାଲରେ ସଫେଇ କାର୍ଯ୍ୟ ହୋଇ ନଥିଲା । ତୃତୀୟ ଦିନରେ ସଫେଇ କର୍ମଚାରୀ କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରଖିଥିଲେ ।ପୂଜା ବୋନସ୍ ସହ ୨୬ ଦିନ ବଦଳରେ ୩୦ ଦିନର ଦରମା ଦାବିରେ ଆନ୍ଦୋଳନରେ ବସିଥିଲେ ହସ୍ପିଟାଲ ସଫେଇ କର୍ମଚାରୀ। ଦାବି ପୂରଣ ନହେବା ଯାଏ ଆନ୍ଦୋଳନରୁ ଉଠବେ ନାହିଁ ବୋଲି ଚେତାବନୀ ଦେଇଥିଲେ ।

ଅଧିକ ପଢନ୍ତୁ

Odisha Darpan Digital